ବିପିନ ରାୱତଙ୍କ ସ୍ତ୍ରୀ ମଧୁଲିକାଙ୍କ ବିଷୟରେ ୭ ଅଜଣା କଥା; କଲ୍ୟାଣକାରୀ କାର୍ଯ୍ୟକ୍ରମରେ ନେଉଥିଲେ ନେତୃତ୍ୱ

ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା Mi-17V5 ହେଲିକପ୍ଟରରେ ଜେନେରାଲ ବିପିନ ରାୱତଙ୍କ ସ୍ତ୍ରୀ ମଧୁଲିକା ରାୱତ ମଧ୍ୟ ଥିଲେ। ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ବିପିନ୍ ରାୱତ ୱେଲିଙ୍ଗଟନର ଡିଫେନ୍ସ ସର୍ଭିସେଜ ଷ୍ଟାଫ୍‌ କଲେଜରେ ବ୍ୟାଖ୍ୟାନ ଦେବାକୁ ଯାଉଥିଲେ। ତାଙ୍କର ଚପର୍‌ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର କିଛି ହିଁ ମିନିଟ୍‌ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମଧୁଲିକା ରାୱତ Army Wives Welfare Associationର ଅଧ୍ୟକ୍ଷା ଥିଲେ ଏବଂ ସମାଜ ସେବାରେ ସକ୍ରିୟ ରୂପେ ଜଡ଼ିତ ଥିଲେ।

ଆସନ୍ତୁ ଜାଣିବା ମଧୁଲିକା ରାୱତଙ୍କ ବିଷୟରେ ୭ ବଡ଼ କଥା

୧. ମଧ୍ୟ ପ୍ରଦେଶର ଶହଡୋଲର ବାସିନ୍ଦା ମଧୁଲିକା ରାୱତଙ୍କ ବିବାହ ୧୯୮୬ରେ ବିପିନ ରାୱତଙ୍କ ସହିତ ହୋଇଥିଲା। ତାଙ୍କର ଦୁଇ ଝିଅ ଅଛନ୍ତି। ଜଣେ ମୁମ୍ବାଇରେ ରହୁଥିବା ବେଳେ ଆଉ ଜଣେ ତାଙ୍କ ସହିତ ହିଁ ରହୁଥିଲେ।

୨. ମଧୁଲିକା ନିଜ ସ୍କୁଲ ଶିକ୍ଷା ଗ୍ୱାଲିୟରର ସିନ୍ଧିଆ କନ୍ୟା ବିଦ୍ୟାଳୟରୁ ହିଁ ସମାପ୍ତ କରିଥିଲେ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମନୋବିଜ୍ଞାନ ପଢ଼ିଥିଲେ।

୩. ଯେବେ ବିପିନ ରାୱତ ସେନାରେ କ୍ୟାପଟେନ ଥିଲେ, ସେହି ସମୟରେ ମଧୁଲିକା ତାଙ୍କୁ ବିବାହ କରିଥିଲେ।

୪. ମଧୁଲିକା ରାୱତଙ୍କ ପରିବାର ବର୍ତ୍ତମାନ ଶହଡୋଲ ଜିଲ୍ଲା ମୁଖ୍ୟାଳୟରେ ଥିବା ପୈତୃକ ଆବାସ ‘ରାଜବାଗ’ରେ ରହୁଛନ୍ତି।

୫. ତାଙ୍କ ବାପା ମୃଗେନ୍ଦ୍ର ସିଂ ଶହଡୋଲ ଜିଲ୍ଲା ସୋହାଗପୁର ପ୍ରିନ୍ସଲି ଷ୍ଟେଟ୍‌ର ରାଜକୁମାର ଥିଲେ। ସେ ୧୯୬୭ ଏବଂ ୧୯୭୨ ମଧ୍ୟରେ କଂଗ୍ରେସ ବିଧାୟକ ମଧ୍ୟ ଥିଲେ।

୬. ଛତିଶଗଡ ମନ୍ତ୍ରୀ ଟିଏସ୍ ସିଂହଦେବ କହିଛନ୍ତି ଯେ ମଧୁଲିକା ରାୱତ ଜଣେ ଘନିଷ୍ଠ ପାରିବାରିକ ସହଯୋଗୀ ଥିଲେ ଏବଂ ପ୍ରାୟତଃ ଭୋପାଳ ଆସୁଥିଲେ। ଏହି କଥା ସେ ଏକ ଟ୍ଵିଟ୍‌ ଜରିଆରେ କହିଛନ୍ତି।

୭. Army Wives Welfare Associationର ଜଣେ ପଦାଧିକାରୀ ରୂପେ ମଧୁଲିକା ରାୱତ ସେନାର ବିଧବାମାନଙ୍କ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ମଧୁଲିକା ରାୱତଙ୍କ ଭାଇ ଯଶବର୍ଦ୍ଧନ ସିଂ କହିଛନ୍ତି ଯେ ସେ ଦିଲ୍ଲୀରେ ଦଶହରା ଅବସରରେ ବିପିନ୍ ରାୱତଙ୍କୁ ଶେଷ ଥର ପାଇଁ ଭେଟିଥିଲେ। ଏହି ସମୟରେ ରାୱତ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ମଧୁଲିକାଙ୍କ ପୈତୃକ ଗାଁ ଶହଡୋଲ ଯିବେ ଏବଂ ଏକ ସୈନିକ ସ୍କୁଲ ପ୍ରତିଷ୍ଠା କରିବାରେ ସହାୟତା ପ୍ରଦାନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.