ଭୁବନେଶ୍ୱର ଶିଶୁଭବନ ଛକରେ ବିଜେପି କର୍ମୀ ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ବିଜେପି କର୍ମୀ ପୋଲିସ ଧସ୍ତାଧସ୍ତି। ଶିଶୁଭବନ ଛକରେ ପୋଲିସ ସହ ଧସ୍ତାଧସ୍ତି ପରେ ଶତାଧିକ ବିଜେପି କର୍ମୀ ଅଟକ। ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାସ ଓ ଅର୍ଚ୍ଚନା ନାଗ ମାମଲାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗରେ ବିଜେପିର ପ୍ରତିବାଦ।

ଏନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ରାଲି ନବୀନ ନିବାସ ଆଡ଼କୁ ଯାଉଥିବା ବେଳେ ସେମାନଙ୍କୁ ପୋଲିସ ଅଟକାଇଥିଲା। ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଶିଶୁଭବନ ଛକରେ ପୋଲିସ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା।