ଟିଣ୍ଡର ଆପ୍‌ ଜରିଆରେ ସଂପର୍କ ଓ ବ୍ଲାକମେଲିଂ ଘଟଣା, ଅଭିଯୋଗ ଆଣିଥିବା ଯୁବକ ଓ ଯୁବତୀଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ

ଟିଣ୍ଡର ଆପ୍‌ ଜରିଆରେ ପ୍ରେମ । ଶାରିରୀକ ସମ୍ପର୍କ ରଖିବା ପରେ ବାକ୍ଲମେଲିଂ ଅଭିଯୋଗ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୋଗ ଆଣିଥିବା ଯୁବକ ଓ ଯୁବତୀଙ୍କୁ ପୋଲିସ ଗିରଫ କରିଛି । ତାସହ ଯୁବତୀଙ୍କ ତିନି ଜଣ ସହଯୋଗୀଙ୍କୁ ବି ଗିରଫ କରାଯାଇଛି । ଯୁବତୀ ଓ ସେମାନଙ୍କ ସହଯୋଗୀଙ୍କ ନାଁରେ IPCର ଧାରା ଲାଗିଛି । IPCର ଧାରା ୪୨୦, ୩୮୯, ୫୦୬, ୧୨୦-B, ୩୬୫, ୩୪ରେ ରୁଜୁ ହୋଇଛି ମାମଲା । ସେହିପରି ଯୁବକଙ୍କ ବିରୋଧରେ IPCର ଧାରା ୩୨୮ ଓ ୩୭୬ରେ ମାମଲା ରୁଜୁ ହୋଇଛି । ଅନଲାଇନ୍‌ ଆପ୍‌ ଟିଣ୍ଡର ଜରିଆରେ ସୋନପୁର ଜିଲ୍ଲାର ଯୁବତୀଙ୍କ ସହ ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ଘରୋଇ ବ୍ୟାଙ୍କର କର୍ମଚାରୀ ସୁନୀଲ ମିଶ୍ରଙ୍କ ସହ ପ୍ରେମ ହୋଇଥିଲା । ଡେଟିଂ କରିବା ସହ ୨ତାରିଖ ରାତିରେ ଉଭୟ ଏକାଠି ରହିଥିଲେ । ମୋବାଇଲରେ ବି ଭିଡିଓ ସୁଟିଂ ହୋଇଥିଲା । ସୁନୀଲ ଅଭିଯୋଗ କରିଥିଲେ, ୫ତାରିଖରେ ମେଡିକାଲ ଯିବା ବାହାନାରେ ଯୁବତୀ ତାଙ୍କୁ ଡାକିଥିଲେ। ରାସ୍ତାରେ ଯୁବତୀଙ୍କ ସହଯୋଗୀ ଅପହରଣ କରିଥିବା ଓ ୫ ଲକ୍ଷ ଟଙ୍କା ଦାବି କରିଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ସୁନୀଲ । ଯୁବତୀ ପାଲଟା ଅଭିଯୋଗ କରିଥିଲେ, ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଯୁବକ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.