ଉଭାନ ହୋଇଗଲା ଛାଇ, ଆଜି ରାଜଧାନୀ ସହରରେ ପୂର୍ବାହ୍ନ ୧୧.୪୩ ମିନିଟରେ ଶୂନ୍ୟ ଛାୟା ଦୃଶ୍ୟମାନ

ଭୁବନେଶ୍ୱର (କେନ୍ୟୁଜ) : ଛାଇ ଆଲୁଅର ଖେଳ, ଉଭାନ ହୋଇଗଲା ଛାଇ । ଆଜି ରାଜଧାନୀ ଭୁବନେଶ୍ବର ସହରରେ ପୂର୍ବାହ୍ନ ୧୧.୪୩ ମିନିଟରେ ଶୂନ୍ୟ ଛାୟା ଦୃଶ୍ୟମାନ ହୋଇଛି । ସେହିପରି କଟକ ସହରରେ ଆସନ୍ତା କାଲି ପୂର୍ବାହ୍ନ ୧୧.୪୩ରେ ଶୂନ୍ୟ ଛାୟା ଦେଖାଯିବ। ଏହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଶୂନ୍ୟ ଛାୟାର ତାରିଖ ଓ ସମୟ ଅଲଗା ରହିଛି। ତେବେ ଆଜିର ଦୃଶ୍ୟରେ ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ରହିବା ହେତୁ ଯେକୌଣସି ଲମ୍ବ ଆକାର ବସ୍ତୁର ଛାଇ ଆଦୌ ଦେଖାଗଲା ନାହିଁ। ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ ରୂପେ ନାମିତ କରିଛନ୍ତି ।

ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକ ନାହିଁ । ଏକ ସମତଳ ଜାଗାରେ ଖୁଣ୍ଟ, ଚାରିକୋଣିଆ ବାକ୍ସ, ବୋତଲ, ଇଟା, ଭଳି କିଛି ଜିନିଷ ଖରା ପଡୁଥିବା ସ୍ଥାନରେ ଲମ୍ବ ଭାବରେ ରଖନ୍ତୁ ଓ ନିର୍ଦ୍ଧାରିତ ତାରିଖ ଦିନ ମଧ୍ୟାହ୍ନ ର କିଛି ସମୟ ପୂର୍ବରୁ ଲକ୍ଷ କରନ୍ତୁ କିପରି ବସ୍ତୁଟିର ଛାୟା ଧୀରେ ଧୀରେ ଛୋଟ ହୋଇ ଉଭେଇଯାଉଛି ଓ ପୁଣି କିଛି ସମୟ ପରେ ଧୀରେ ଧୀରେ ଦେଖାଯାଉଛି।

Leave A Reply

Your email address will not be published.