ଏବେ କରୋନା ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରିବ କୁକୁର! RT PCR ଭଳି ୯୭ ପ୍ରତିଶତ ଠିକ ଫଳାଫଳ ଆସିଲା ସାମ୍ନାକୁ

ଏବେ ଆପଣଙ୍କ ପାଳିତ କୁକୁର ବି କରୋନା ସଂକ୍ରମଣର ସୂଚନା ଦେଇ ପାରିବ। ଆଉ କୁକୁର ଦ୍ୱାରା ଦିଆଯାଇଥିବା ସୂଚନା ୯୭ ପ୍ରତିଶତ ଠିକ ପ୍ରମାଣିତ ହୋଇପାରେ। ନିକଟରେ କୁକୁର ଉପରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏହି ଖୁଲାସା ହୋଇଛି।

ଫ୍ରାନ୍ସ ବୈଜ୍ଞାନିକ କରିଥିଲେ ରିସର୍ଚ୍ଚ

ଫ୍ରାନ୍ସ ବୈଜ୍ଞାନିକମାନେ ନିଜ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି କି, ଶୁଙ୍ଘିବା ଶକ୍ତି ପାଇଁ ପ୍ରଶିକ୍ଷିତ ହୋଇଥିବା କୁକୁର ମଣିଷର ଝାଳ ଗନ୍ଧ ବାରି କରୋନା ଭାଇରସ ଅଛି କି ନାହିଁ, ତାହାର ଅନୁମାନ ଲଗାଇ ପାରିବ। ଅନୁସନ୍ଧାନୀ କୁକୁର କୋଭିଡ ସ୍କ୍ରିନିଂର କାମ ମାତ୍ର କିଛି ମିନିଟ ଭିତରେ କରି ପାରିବ। ପ୍ୟାରିସର National Veterinary School of Alfordର ଗବେଷକମାନେ କରିଥିବା ଅଧ୍ୟୟନରୁ ଏହା ଜାଣିବାକୁ ପାଇଛନ୍ତି।

ଏ ପର୍ଯ୍ୟନ୍ତ କୁକୁରମାନଙ୍କୁ କୌଣସି ବିସ୍ଫୋରକ କିମ୍ବା ଡ୍ରଗ୍ସର ପତ୍ତା ଲଗାଇବା ପାଇଁ ହିଁ ଟ୍ରେନିଂ ଦିଆଯାଉଥିଲା। କିନ୍ତୁ ପ୍ରଥମ ଥର ଏମିତି ହୋଇଛି, ଯେତେବେଳେ କି କୁକୁରର ଶୁଙ୍ଘିବା କ୍ଷମତାକୁ ଭାଇରଲ ରୋଗର ପତ୍ତା ଲଗାଇବା ପାଇଁ ଉପଯୋଗ କରାଯାଉଛି। ଏମିତି ଏକ ଅଧ୍ୟୟନ Pennsylvania School of Veterinary Medicine Dog Centerରେ ମଧ୍ୟ ଚାଲିଛି, ଯେଉଁଥିରୁ ଏହା ଜାଣିବାକୁ ଚେଷ୍ଟା କରାଯାଉଛି କି, ଟିକା ନେଇ ସାରିଥିବା ଲୋକ ଏବଂ ସଂକ୍ରମିତ ଲୋକଙ୍କ ମଧ୍ୟରେ କୁକୁର ଫରକ ଜାଣିପାରୁଛି କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.