Below header

ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ଦିଲ୍ଲୀପଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ, କରାଯିବ ଡିଏନଏ ଟେଷ୍ଟ

ଭୁବନେଶ୍ବର ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ କାହାର ମୃତ୍ୟୁ ହୋଇଛି ଜାଣିବା ପାଇଁ ହେବ ଡିଏନଏ ଟେଷ୍ଟ । ମୃତ୍ୟୁକୁ ନେଇ ଦ୍ବନ୍ଦ୍ବ ରହିଥିବାରୁ ଡିଏନଏ ଟେଷ୍ଟ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁକୁ ନେଇ ଏବେବି ଦ୍ବନ୍ଦ୍ବ ରହିଛି।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ କାହାର ମୃତ୍ୟୁ ହୋଇଛି ଜାଣିବା ପାଇଁ ହେବ ଡିଏନଏ ଟେଷ୍ଟ । ମୃତ୍ୟୁକୁ ନେଇ ଦ୍ବନ୍ଦ୍ବ ରହିଥିବାରୁ ଡିଏନଏ ଟେଷ୍ଟ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁକୁ ନେଇ ଏବେବି ଦ୍ବନ୍ଦ୍ବ ରହିଛି। ତାଙ୍କର ମୃତ୍ୟୁ ଖବର ପାଇ ଦୁଃଖରେ ମ୍ରିୟମାଣ ଗର୍ଭବତୀ ସ୍ତ୍ରୀ ଆତ୍ମହତ୍ୟା କରିଦେଲେ । ଏବେ ଜଣାପଡ଼ିଛି କି ଦିଲ୍ଲୀପ ସାମନ୍ତରାୟ ବଞ୍ଚିଛନ୍ତି । ଭୁବନେଶ୍ବର ଏକ ଘରୋଇ ହସପିଟାଲରେ ମୃତଦେହ ହସ୍ତାନ୍ତରରେ ହୋଇଛି ଏଭଳି ସାଂଘାତିକ ତ୍ରୁଟି। ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହେଲା ହେଲେ ହସପିଟାଲ ପକ୍ଷରୁ ଆଉ ଜଣଙ୍କର ମୃତଦେହ ହସ୍ତାନ୍ତର କରାଗଲା ପରିବାର ଲୋକଙ୍କୁ। ଜୀବିତ ଦିଲ୍ଲୀପ ସାମନ୍ତରାୟଙ୍କ ପରିବାରକୁ ଦିଆଯାଇଛି ଜ୍ୟୋତି ରଂଜନ ମଲ୍ଲିକଙ୍କ ମୃତଦେହ । ଏବେ କିନ୍ତୁ ମୃତ ବୋଲି କୁହାଯାଉଥିବା ଦିଲ୍ଲୀପ ସାମନ୍ତରାୟ ବଞ୍ଚିଥିବା ଜଣା ପଡିଛି ।

ଗତ ଶୁକ୍ରବାର ଦିନ ହସପିଟାଲରେ ବିସ୍ଫୋରଣ ପରେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଥିଲା । ରବିବାର ଦିନ ଦିଲ୍ଲୀପ ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ଘୋଷଣା କରାଯାଇଥିଲା । ଏହାପରେ ମଞ୍ଚେଶ୍ୱର ଥାନା ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଦିଲ୍ଲୀପଙ୍କ ପରିବାର ଲୋକେ ଶବ ସଂସ୍କାର କରି ଦେଲେ । ତେବେ ସ୍ବାମୀର ମୃତ୍ୟୁ ଖବର ପାଇ ତାଙ୍କ ସାତ ମାସର ଗର୍ଭବତୀ ପତ୍ନୀ ଆତ୍ମହତ୍ୟା କରିଦେଲେ । ଦିଲୀପଙ୍କ ଗାଁ ଖୋର୍ଦ୍ଧା ଜିଲ୍ଲା ହରିରାଜପୁର ବଅଙ୍ଗରେ ଶୋକର ଛାୟା ଖେଳି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.