ପୁରୀ ବଳଙ୍ଗା ଥାନାରେ ବିସ୍ଫୋରଣ ! ଭୁଶୁଡ଼ିଲା ଛାତ, ଫାଟିଲା କାନ୍ଥ

ପିପିଲି(କେନ୍ଯୁଜ୍): ପିପିଲି ବଳଙ୍ଗା ଥାନାରେ ବିସ୍ଫୋରଣ । ପୁରୀ ଜିଲ୍ଲା ପିପିଲି ବଳଙ୍ଗା ଥାନାରେ ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ । ଭୁଶୁଡ଼ିଲା ଥାନା ଛାତ, ଫାଟିଗଲା କାନ୍ଥ। ଥାନା ଭିତରେ ଆସବାବପତ୍ର ଛିନଛତ୍ର ହୋଇପଡିଛି। ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ କମ୍ପ୍ୟୁଟର, ଟେବୁଲ ଓ ଚେୟାର ସବୁ ନଷ୍ଟ ହୋଇଯାଇଛି। ମାଲଖାନାରେ ବିସ୍ଫୋରଣ ହୋଇଛି । ତେବେ ଏହି ସମୟରେ ଭିତରେ କୌଣସି କର୍ମଚାରୀ ନଥିବାରୁ କାହାରି କୌଣସି କ୍ଷତି ହୋଇନାହିଁ। ବ୍ୟାଟେରୀ ଅଥବା ଜବତ ବାଣରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପିପିଲି SDPOଙ୍କ ସମେତ ପୁରୀ ଏସ୍‌ପି ପହଞ୍ଚି ତଦନ୍ତ କରୁଛନ୍ତି। କେନ୍ଦ୍ରାଞ୍ଚଳ ଆଇଜି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଥାନାକୁ ଚାରିପଟୁ ସିଲ୍‌ କରାଯାଇଛି। କେଉଁ କାରଣରୁ ବିସ୍ଫୋରଣ ହେଲା ତାର ତଦନ୍ତ ହେବ। ବିସ୍ପୋରଣ ଶବ୍ଦ ଏତେ ଜୋରରେ ଶୁଣାଯାଇଥିଲା କି ଆଖପାଖ ଅଞ୍ଚଳର ଲୋକ ଭୟଭୀତ ହୋଇପଡିଛନ୍ତି।

ବଳଙ୍ଗା ଥାନା ବିସ୍ଫୋରଣ ସ୍ଥଳରୁ ତଦନ୍ତ ସାରି ଫେରିଲେ କେନ୍ଦ୍ରାଞ୍ଚଳ ଆଇ.ଜି ନରସିଂଘ ଭୋଳ । ତଦନ୍ତ ଚାଲିଛି, ଥାନାଭିତରେ ଥିବା ମାଲ ଖାନାରେ ବିଷ୍ପରଣ ହୋଇଛି। ଥାନା ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଛି। ଥାନା ଭିତରେ ଥିବା ବ୍ୟାଟେରୀ ଓ ବିଭିନ୍ନ ବିସ୍ଫୋରକ ସାମଗ୍ରୀରୁ ଏଭଳି ଅଭାବନିୟ ଘଟଣା ଘଟିଥିବା ଜଣାଯାଇଛି । କେଉଁ ଅଧିକାରୀ କାହିଁକି ଏହି ବିସ୍ଫୋରକ ରଖିଥିଲେ ସେନେଇ ତଦନ୍ତ କରୁଛି ଏକ ଟିମ୍ । ତଦନ୍ତ ଭାର ଅତିରିକ୍ତ ଏସ୍ପିଙ୍କୁ ଦିଆଯାଇଛି । ଆଜି ସଂଧ୍ୟା ସୁଧା ବିସ୍ଫୋରଣର ରିପୋଟ ଆସିବା ପରେ ବିସ୍ଫୋରକ ରଖିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଓଡ଼ିଶାର ସମସ୍ତ ଥାନାକୁ ସତର୍କ କରାଯାଇଛି,ଯଦି କୈାଣସି ଥାନାରେ ଏଭଳି ବିସ୍ଫୋରକ ଥିଲେ, ତେବେ ତୁରନ୍ତ ତାକୁ ସୁରକ୍ଷୀତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବାକୁ କୁ ଅଧିକାରୀ ଙ୍କୁ ନିଦେର୍ଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.