Below header

ନୟାଗଡ଼: ଯନ୍ତ୍ରଣାରେ ଜର୍ଜରିତ ସୁମିତ୍ରା, ବ୍ଲଡ଼କ୍ୟାନସରରେ ପୀଡିତ ହୋଇ ଖୋଜୁଛି ବଞ୍ଚିବାର ରାହା. . .

ରଣପୁର(କେନ୍ୟୁଜ୍):  ଜୀବନ କଣ ବୁଝିବା ଆଗରୁ ଦୂରାରୋଗ୍ୟ ବ୍ୟାଧିର ଯନ୍ତ୍ରଣାରେ ଜର୍ଜରିତ ସୁମିତ୍ରା।  ଯନ୍ତ୍ରଣାରୁ ଟିକିଏ  ମୁକ୍ତି ପାଇଁ ମେଡିସିନିକୁ ଅପେକ୍ଷା କରି ବସିଛି। ହେଲେ ଯେଉଁ ମେଡ଼ିସିନ ଦରକାର ତାହାକୁ କିଣି ଦେବାକୁ ତାଙ୍କ ପରିବାର ନିକଟରେ ସମ୍ବଳ ନାହିଁ । କାରଣ ଯେଉଁ ଦୂରାରୋଗ୍ୟରେ ପୀଡିତ ସୁମିତ୍ରା ତାହାର ଚିକିତ୍ସା ପାଇଁ ମୋଟା ଅଙ୍କର ଅର୍ଥ ଦରକାର। ଏମିତି ସେମିତି ରୋଗ ନୁହେଁ ବରଂ ବ୍ଲଡ଼ କ୍ୟାନସର ରୋଗରେ ପୀଡ଼ିତ ହୋଇଛି ସୁମିତ୍ରା।

sumitra 1ସୁମିତ୍ରାର ଘର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧୀନସ୍ଥ ବନ୍ଧମୁଣ୍ଡା ପଞ୍ଚାୟତର ଭେଟବର ଗ୍ରାମରେ । ବାପା କାର୍ତ୍ତିକ ବେହେରା ଦୀନ ମଜୁରିଆ। ସମ୍ବଳ ବୋଲି କିଛି  ନାହିଁ ତାଙ୍କ ପାଖରେ । କାନ୍ଧରେ ପୁଣି ପାଞ୍ଚପ୍ରାଣି କୁଟୁମ୍ବର ବୋଝ। ଅଭାବ ଅନାଟମ ଭିତରେ ପରିବାରର ଗୁଜୁରାଣ  ମେଣ୍ଟାଇବା  କାର୍ତ୍ତିକଙ୍କ ପାଇଁ କାଠିକାର ପାଠ ହୋଇପଡୁଛି। ତାପରେ ଦଇବର ଏହି ତାଡ଼ନା କାର୍ତ୍ତିକଙ୍କ ଦୁଃଖକୁ ଦୁଇଗୁଣା କରିଦେଇଛି। ନିଜର ବଢିଲା ଝିଅ ଦୂରାରୋଗ୍ୟ ବ୍ଲଡ଼କ୍ୟାନସରରେ ପୀଡିତ ହେବା ଦିନଠାରୁ ପରିବାରରେ ଦୁଃଖରେ କଳାବାଦଲ ଛାଇଯାଇଛି। ଗଣ୍ଡେ ଖାଇ ଦଣ୍ଡେ ବଞ୍ଚିବା କଷ୍ଟକର ହୋଇପଡୁଥିବା ଏହି ପରିବାର ପାଇଁ ଝିଅର କ୍ୟାନସର ରୋଗ ଚିକିତ୍ସା କରାଇବା କଷ୍ଟାସାଧ୍ୟ ହୋଇପଡିଛି  ।

sumitra 2

ରଣପୁର ନୋଡାଲ ମହିଳା ବିଦ୍ୟାଳୟର +୨ ଶେଷ ବର୍ଷର ଛାତ୍ରୀ ଥିଲେ ସୁମିତ୍ରା ବେହେରା । ବୟସ ମାତ୍ର ୨୦ବର୍ଷ । କେତେ ଆଶା ଅସୁମାରୀ ଓ ଉଜ୍ଜଳ ଭବିଷ୍ୟତ କାମନା  ନେଇ ପାଠ ପଢୁଥିଲେ। ନିଜକୁ ଗୋଟେ ଭଲ ମଣିଷଟିଏ କରି ଗଢିତୋଳିବା ନେଇ ସ୍ବପ୍ନ ବି ଦେଖିଥିଲେ । କିନ୍ତୁ ଏସବୁରେ ବାଧକ ସାଜିଲା କ୍ୟାନସର ରୋଗ। ସେ ଏବେ ରକ୍ତ କର୍କଟ ରୋଗରେ ପୀଡିତ ହୋଇ ପ୍ରତି ମୁହୂର୍ତ୍ତରେ ସଙ୍ଘର୍ଷ କରିଚାଲିଛନ୍ତି । ପାଠ ପଢିବା ପାଇଁ ଅହେତୁକ ଉଚ୍ଛା ଥିଲେ ମଧ୍ୟ ଶରୀରର ରୋଗ ତାହା କରାଇଦେଉନାହିଁ।

sumitra

ସେପଟେ କାର୍ତ୍ତିକଙ୍କ ୨୫ବର୍ଷର ଭେଣ୍ଡିଆ ପୁଅ ପୁଅ ହାଡ଼ ଯକ୍ଷ୍ମା ଓ ମେରୁଦଣ୍ଡ ଜନିତ ରୋଗରୁ ପୀଡିତ ହୋଇଥିବାରୁ କାର୍ତ୍ତିକ ତାଙ୍କର ଅପରେସନ କରାଇଛନ୍ତି। ପୁଅ ପିଛା ଅନେକ ଟଙ୍କା ଖର୍ଚ୍ଚ କରି କରଜରେ ବୁଡ଼ିଥିବା କାର୍ତ୍ତିକଙ୍କ ଉପରେ ଏବେ ଝିଅର କ୍ୟାନସର ରୋଗ ଚିକିତ୍ସା କରିବା ଚିନ୍ତା। ତେବେ ଖବର ମିଳିଛି  କି ସୁମିତ୍ରା ବର୍ତ୍ତମାନ ଆଚାର୍ଯ୍ୟ ହରିହର କର୍କଟ ମେଡିକାଲରେ କେମୋ ନେଇ ଚିକିତ୍ସିତ ହେଉଛନ୍ତି । ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ସରକାରୀ ନିୟମ ଅନୁସାରେ ହେଉଅଛି ଏବଂ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସୁମିତ୍ରାଙ୍କ ଚିକିତ୍ସା ଉପରେ  ସମ୍ପୂର୍ଣ୍ଣ ନଜର ରଖିଛନ୍ତି ।  କିନ୍ତୁ ସୁମିତ୍ରା ଏବଂ ତାଙ୍କ ପରିବାର ଲୋକେ ସୁମିତ୍ରାଙ୍କ ସହିତ ବାରମ୍ବାର କଟକ ଯିବା ଆସିବା ପାଇଁ ଏବଂ ସେଠାରେ ରହିବା ଖାଇବା ପାଇଁ କିଛି ଅର୍ଥର ଆବଶ୍ୟକତା ପଡୁଛି।  ଯେହେତୁ କାର୍ତ୍ତିକଙ୍କ ପରିବାର ଦିନ ମଜୁରିଆ  ତେଣୁ କିଛି ବଦାନ୍ୟ ବ୍ୟକ୍ତି ଯଦି ସାହାଯ୍ୟ ଓ ସହଯୋଗର ହାତ ବଢାନ୍ତି ତେବେ  ତାଙ୍କ ପରିବାର ଲୋକେ ତାଙ୍କୁ ସମୟ ଅନୁସାରେ ଚିକିତ୍ସା ପାଇଁ ନେବା ଆଣିବା କରିପାରିବେ ।

ଯଦି  କେହି ବ୍ୟକ୍ତି  ତାଙ୍କୁ ସହାୟତା କରିବାକୁ ଚାହୁଁଛନ୍ତି  ତେବେ  ଯୋଗାଯୋଗ କରନ୍ତୁ ଏହି ଠିକଣାରେ. . . .

ନାମ – ସୁମିତ୍ରା ବେହେରା, ମାତା – ନଳିନୀ ବେହେରା, ପିତା- କାର୍ତ୍ତିକ ବେହେରା, ଗ୍ରାମ – ଭେଟବର, ବ୍ଲକ୍- ରଣପୁର, ଜିଲ୍ଲା – ନୟାଗଡ଼

ମୋବାଇଲ ନମ୍ବର: 8658860162

Account No-34198449242

IFSC-SBIN0006178

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.