ଋଷଭ ପନ୍ତ ଉର୍ବଶୀଙ୍କୁ ହ୍ଵାଟସଆପରେ କରିଥିଲେ ବ୍ଲକ, ଜାଣନ୍ତୁ ଏହା ପଛରେ କ’ଣ ରହିଥିଲା କାରଣ

ବଲିଉଡରେ ନିଜ ରିଲେସନସିପକୁ ନେଇ ସମସ୍ତେ ପ୍ରାୟ ହଟଲିଷ୍ଟରେ ଥାଆନ୍ତି। ଏମିତି ଲିଷ୍ଟରେ ଏବେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଉର୍ବଶୀ ରୌଟାଲା। ବଲିଉଡର ହଟ୍‌ ଅଭିନେତ୍ରୀ ଉର୍ବଶୀ ରୌଟାଲା ପୁଣି ଚର୍ଚ୍ଚାରେ। ଉର୍ବଶୀ ଇଣ୍ଡିଆନ କ୍ରିକେଟର ଋଷଭ ପନ୍ତଙ୍କ ସହ ନିଜ ସଂପର୍କକୁ ନେଇ ଚର୍ଚ୍ଚା ଘେରକୁ ଆସିଛନ୍ତି। ୨୦୧୯ରେ ଦୁହିଁ ଏକାଠି ନଜର ଆସିଥିଲେ। ଯାହାପରେ ଦୁହିଁଙ୍କ ରିଲେସନସିପର ଖବର ସାମ୍ନାକୁ ଆସିଥିଲା। କିଛି ଦିନ ପରେ ଶୁଣିବାକୁ ମିଳିଲା ଯେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯେଉଁଥିପାଇଁ ଋଷଭ ଉର୍ବଶୀଙ୍କୁ ହ୍ଵାଟସଅପ ରେ ବ୍ଲକ କରିଥିଲେ।

ଏବେ ପୁଣି ହଟ୍‌ ଗାର୍ଲ ଚର୍ଚ୍ଚାକୁ ଆସିଛନ୍ତି। ସୂଚନା ମୁତାବକ ଉର୍ବଶୀ ନିଜ ଆକାଉଣ୍ଟରେ ଏକ ସେଶନ ରଖିଥିଲେ, ଯେଉଁଠି ତାଙ୍କୁ ତାଙ୍କ ଫଲୋର୍ସ ପର୍ସନାଲ ଓ ପ୍ରଫେସନାଲ ସମ୍ବନ୍ଧୀୟ ପ୍ରଶ୍ନ ପଚାରିବେ। ଏଥିରେ ଜଣେ ଫ୍ୟାନ ତାଙ୍କୁ ପ୍ରିୟ କ୍ରିକେଟରଙ୍କ ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ଉର୍ବଶୀ କହିଥିଲେ, ‘ମୋର କେହି ବି ପସନ୍ଦ ନୁହଁନ୍ତି। କାରଣ ମୁଁ କ୍ରିକେଟ ଦେଖେନି। ସେଥିପାଇଁ ମୁଁ କୌଣସି କ୍ରିକେଟରଙ୍କୁ ଜାଣିନି। କେବଳ ସଚିନ ଓ ବିରାଟ ସାରଙ୍କ ପାଇଁ ମୋ ମନରେ ସମ୍ମାନ ଅଛି।

kkkkk
pc:bollywoodshaadis.com

ବର୍ତ୍ତମାନ ପନ୍ତ ଏବେ ଇଣ୍ଡିଆନ କ୍ରିକେଟ ଟିମର ଜଣେ ଦମଦାର ପ୍ଲେୟାର। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଧୂଆଁଧାର ପ୍ରଦର୍ଶନ କରି ଟିମ୍‌ କୁ ଜିତାଇଥିଲେ । ଏହାପରେ ସେ ଟି-୨୦ ଓ ଓ୍ଵାନ -ଡେ ଟିମକୁ ଫେରିଥିଲେ। ଲଗାତାର ଭାବେ ଭଲ ପ୍ରଦର୍ଶନ କରି ଅନେକ ଟ୍ରଫି ମଧ୍ୟ ନିଜ ଅକ୍ତିଆରକୁ ଆଣିଛନ୍ତି। ଏହାସହ ତାଙ୍କୁ ଆଇପିଏଲରେ ଦିଲ୍ଳୀ କ୍ୟାପିଟାଲ୍ସରେ କ୍ୟାପଟେନସିପ ଦାୟିତ୍ୱ ମିଳିଛି। ସେ ଆଇପିଏଲର ୧୪-ସିଜିନରେ କ୍ୟାପଟେନ୍‌ ଦାୟିତ୍ୱ ଗ୍ରହଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.