Below header

ଭୁବନେଶ୍ୱର ସନରାଇଜ କ୍ଲବ ପକ୍ଷରୁ ରକ୍ତଦାନ ଶିବିର

ସନରାଇଜ କ୍ଲବ ପକ୍ଷରୁଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ଭୁବନେଶ୍ୱର : ଭୁବନେଶ୍ୱର ସହିଦନଗର ସ୍ଥିତ ସନରାଇଜ କ୍ଲବ ପକ୍ଷରୁଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ, ବିଜେଡି ଜିଲ୍ଲା ଉପଦେଷ୍ଟା ସରୋଜ କୁମାର ପାତ୍ର ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଶ୍ୱଜିତ୍ ସାହୁ ଉପସ୍ଥିତ ରହିଥିଲେ ।

ଏଥିରେ କ୍ଲବର ସଭାପତି ମହେଶ ଜେଠାଲିଆ, ସଂପାଦକ ଦେବେଶ ଅଧିକାରୀ, କୋଷାଧ୍ୟକ୍ଷ ଲାଲ ପ୍ରକାଶ ବିଶ୍ଵାଳ, ଉପସଭାପତି ସରୋଜ କୁମାର ପାତ୍ର, ପୂର୍ବତନ ସଭାପତି ଶ୍ୟାମସୁନ୍ଦର ମହାପାତ୍ର, ପ୍ରଶାନ୍ତ ବିଶ୍ଵାଳ, ବେଦବ୍ରତ ଦାସ, ତିରୁପତି ବାଲାଜୀ, ପ୍ରିୟଦର୍ଶନୀ ଦାସ, କୁନମୁନ ବେହେରା, ରାଜକୁମାର ଜୈନ, ବିଜୟ ବେହେରା, ସଞ୍ଜୟ ଜେନା, ଭାସ୍କରନ, କେଶବ ପ୍ରଧାନ, ବିକ୍ରମ ସିଂହ, ପ୍ରଫୁଲ୍ଲ,ସାଇ, ଆନନ୍ଦ ଦ୍ବିବେଦୀ, ରତିଶ ରାଜ ପ୍ରମୁଖ ରକ୍ତ ଦାନ କରିଥିଲେ । କ୍ଲବ ପକ୍ଷରୁ ଏହିପରି ଜନହିତ କାର୍ଯ୍ୟ ଜାରି ରହିବା ସହ ଚଳିତ ମାସରେ ବୃକ୍ଷ ରୋପଣ କାର୍ଯ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଥିଲା।

ଡେଙ୍ଗୁ ଭଳି ପରିସ୍ଥିତିରେ କ୍ଲବ୍‌୍‌ ଏଭଳି ସାମାଜିକ କାର୍ଯ୍ୟ କରିବା ପାଇଁ ବିଧ୍ୟାୟକ ଶ୍ରୀ ଜେନା କ୍ଲବର କର୍ମକର୍ତ୍ତା ଓ ଏଥିରେ ଯୋଗ ଦେଇଥିବା ସମସ୍ତ ଅନୁଷ୍ଠାନକୁ ପରାମର୍ଶ ଦେଇଥିଲେ । କ୍ଳବକୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି କହିଥିଲେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.