Below header

ପିଆଜରେ କଳା ଆସ୍ତରଣ ପଡିଥିଲେ ଆଦୌ ଖାଆନ୍ତୁନି, ନଚେତ ହୋଇପାରେ ବଡ ସମସ୍ୟା

ପିଆଜ ବିନା କୌଣସି ବି ବ୍ୟଞ୍ଜନ ସ୍ବାଦିଷ୍ଟ ଲାଗେ ନାହିଁ । ଆମ ଭାରତୀୟ ମାନଙ୍କ ପିଆଜକୁ ପ୍ରାୟ ତରକାରୀରେ ବ୍ୟବହାର କରାଯାଏ । ଅନେକ ମହିଳା ପିଆଜ ବିନା ରାନ୍ଧନ୍ତି ନାହିଁ । ତେବେ ଆମେ ସମସ୍ତେ ଜାଣନ୍ତି ଯେ ପିଆଜର ଅନେକ ସ୍ୱାସ୍ଥ୍ୟ ଉପକାର ଅଛି । ମଣିଷର ହଜମ ପ୍ରକ୍ରିୟା ଓ ହୃଦୟ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ପିଆଜର ଶକ୍ତି ଅଛି ।

ପିଆଜ ବିନା କୌଣସି ବି ବ୍ୟଞ୍ଜନ ସ୍ବାଦିଷ୍ଟ ଲାଗେ ନାହିଁ । ଆମ ଭାରତୀୟ ମାନଙ୍କ ପିଆଜକୁ ପ୍ରାୟ ତରକାରୀରେ ବ୍ୟବହାର କରାଯାଏ । ଅନେକ ମହିଳା ପିଆଜ ବିନା ରାନ୍ଧନ୍ତି ନାହିଁ । ତେବେ ଆମେ ସମସ୍ତେ ଜାଣନ୍ତି ଯେ ପିଆଜର ଅନେକ ସ୍ୱାସ୍ଥ୍ୟ ଉପକାର ଅଛି । ମଣିଷର ହଜମ ପ୍ରକ୍ରିୟା ଓ ହୃଦୟ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ପିଆଜର ଶକ୍ତି ଅଛି ।

ଆମ ଶରୀରରେ ଥିବା କେତେକ ଆଲର୍ଜି ସମସ୍ୟା ହେଉଛି ଆଖି ଖରାପ, ଗଳା ଖରାପ ଏବଂ ସାଧାରଣ ଥଣ୍ଡା, ଚର୍ମ ସମସ୍ୟା । ତେବେ କଣ ଆପଣ ଜାଣିଛନ୍ତି କଳା ପିଆଜ ଖାଇଲେ ଆପଣଙ୍କୁ ଆଲର୍ଜି ହୋଇପାରେ ।

ଆପଣ କିଛି ପିଆଜ ଉପରେ କଳା ପରସ୍ତ ଦେଖିଥିବେ । ବଜାରରୁ ଆସିଥିବା ପିଆଜ ଉପରେ କଳା ପରସ୍ତ ଅଧିକ ଦେଖାଯାଏ । ଅନେକ ଲୋକ ପିଆଜ ଖାଇବାକୁ ପସନ୍ଦ କରନ୍ତି? ତେବେ ଅନେଅକ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ ଯେ ସେହି କଳା ଦାଗ ଶରୀରକୁ କ୍ଷତି ପହଞ୍ଚାଇଥାଏ କି ନାହିଁ ।

ପିଆଜକୁ ଛଡ଼ାଇବା ସମୟରେ ଯଦି କଳା ଦାଗ ଦୃଶ୍ୟମାନ ହେଉଥାଏ ତାହେଲେ ଆପଣ ଯଦି ୟାକୁ ଖାଆନ୍ତି ତେବେ ଆପଣ ମ୍ୟୁକର୍ମାଇକୋସିସରେ ପୀଡ଼ିତ ହେବେ?

ସାଧାରଣତଃ ପିଆଜରେ ମିଳୁଥିବା ଏହି କଳା ଦାଗକୁ ଆସପର୍ଗିଲସ୍ ନାଇଜର କୁହାଯାଏ । ଏହି ପ୍ରକାର କବକ ମାଟିରେ ମିଳିଥାଏ । ଏହି କଳା ଦାଗ ମ୍ୟୁକର୍ମାଇକୋସିସ୍ ନୁହେଁ । କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି କଳା ଦାଗ ଏକ ପ୍ରକାର ବିଷାକ୍ତ ପଦାର୍ଥ ନିର୍ଗତ କରେ ।

ଯଦିଓ ଏହା ଜୀବନ ପ୍ରତି ବିପଦଜନକ ନୁହେଁ, ଏହା ଆଲର୍ଜି ପ୍ରତିକ୍ରିୟା ସୃଷ୍ଟି କରିଥାଏ ବୋଲି କୁହାଯାଏ । ବିଶେଷକରି ଯେଉଁମାନଙ୍କର ପୂର୍ବରୁ ଆଲର୍ଜି ଅଛନ୍ତି, ସେମାନେ ଏହି କଳା ପରସ୍ତ ପିଆଜରୁ ଦୂରେଇ ରହିବା ଭଲ । ଏହା ମଧ୍ୟ କୁହାଯାଏ ଯେ ଶ୍ବାସରୋଗରେ ପୀଡ଼ିତ ଲୋକମାନେ ଏହାକୁ ଖାଇବା ଦ୍ୱାରା ପ୍ରଭାବିତ ହୋଇପାରନ୍ତି । ତେଣୁ ଏହି ପରସ୍ତ ହଟାଇବା ପରେ ପିଆଜକୁ ବ୍ୟବହାର କରାଯାଇପାରିବ ।

ଯଦି ଆପଣ ଫ୍ରିଜରେ ପିଆଜ ରଖୁଛନ୍ତି ତେବେ ଆପଣ ଏହି କଳା ଫଙ୍ଗସକୁ ବାହାର କରିବା ଉଚିତ୍ । ଅନ୍ୟ ପରିବା ସହ ଏହା ଅନ୍ୟ ଖାଦ୍ୟ ସହିତ ମିଶି ଖାଦ୍ୟକୁ ବିଷରେ ବଦଳାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.