Below header

କେବେ ପାଳିବେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ? ଟିକେ ନଜର ପକାନ୍ତୁ

ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ପଡୁଛି ଜନ୍ମାଷ୍ଟମୀ । ସାରା ଦେଶ ଏହି ଦିନ ଜନ୍ମାଷ୍ଟମୀ ପାଳନ କରିବ। ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟ ରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

କେନ୍ୟୁଜ୍(ବ୍ୟୁରୋ):  କେବେ ପାଳିବେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ? ଦୁଇ ଦିନ ପାଳନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଦ୍ୱନ୍ଦ୍ୱ । ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ପଡୁଛି ଜନ୍ମାଷ୍ଟମୀ । ସାରା ଦେଶ ଏହି ଦିନ ଜନ୍ମାଷ୍ଟମୀ ପାଳନ କରିବ। ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟ ରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

ଏହି ଦୁଇଟିଯାକ ଦିନକୁ ହିଁ କୃଷ୍ଣଙ୍କ ଜନ୍ମଦିନ ବୋଲି ବିବେଚନା କରାଯାଏ। ଏହି ଦିନ ଭକ୍ତମାନେ କୃଷ୍ଣଙ୍କ ପାଇଁ ଉପାସ ରଖି ପୂଜାର୍ଚ୍ଚନା କରିଥାନ୍ତି। ଏବର୍ଷ ଅଧିକାଂଶ ଲୋକ ସେପ୍ଟେମ୍ବର ୬ ତାରିଖରେ ଜନ୍ମାଷ୍ଟମୀ ମନାଉଥିବା ବେଳେ କେହି କେହି ସେପ୍ଟେମ୍ବର ୭ ତାରିଖରେ ବି କୃଷ୍ଣ ଜନ୍ମ ପାଳନ କରୁଛନ୍ତି।
ତେବେ ଜନମାଷ୍ଟମୀ ଉପବାସ କେବେ ପାଳନ କରାଯିବ । ଅଷ୍ଟମୀ ତିଥି ପରଦିନ ୭ ସେପ୍ଟେମ୍ବର ଗୁରୁବାର ଦିନ ସନ୍ଧ୍ୟା ୪ଟା ୧୪ ମିନିଟରେ ପାଳନ ହେବ । କ୍ୟାଲେଣ୍ଡର ଅନୁଯାୟୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କୁ ଭାଦ୍ରପଦ ମାସର କୃଷ୍ଣ ପକ୍ଷ ଅଷ୍ଟମ ଦିନରେ ପାଳନ କରାଯାଏ। ଜନ୍ମାଷ୍ଟମୀ ୨ଦିନ ପଡିବାକୁ ନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.