ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଧରା ହେଲା ଅଭିଯୁକ୍ତ

ଜଣେ ବ୍ୟକ୍ତିଙ୍କୁ ଧାର ଦେଇଥିବା ଟଙ୍କା ଆଣିବା ପାଇଁ ମହାଜନପୁର ଯାଇଥିଲେ ଯୁବତୀ। ଫେରିବା ବାଟରେ ଲିଫ୍ଟ ଦେଇ ଥିଲା ଅଭିଯୁକ୍ତ। ଆଉ ସେହି ବାହାନାରେ ନିଛାଟିଆ ରାସ୍ତାରେ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା।  

କଟକ(କେନ୍ୟୁଜ୍):  ପର୍ଦ୍ଦାଫାସ ହେଲା ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା।  ଟୁଲୁ ଅଲିଆଜ ବିଶ୍ୱପ୍ରକାଶ ନାୟକକୁ ଗିରଫ କଲା ଚୌଦ୍ୱାର ଥାନା ପୋଲିସ।  ତ ଠାରୁ ଏକ ବାଇକ ଓ ମୋବାଇଲ ଫୋନ ଜବତ କରାଯାଇଛି।

 ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ମହାଜନପୁର, ନାନକେରା ସାହିରେ ଅଭିଯୁକ୍ତର ଘର। ଗତ ମାସ ୩୦ ତାରିଖରେ  ଘଟିଥିଲା ଘଟଣା। କପିଳାସ ରୋଡ଼ ଆଡକୁ ଜବରଦସ୍ତି ନେଇ ଯାଉଥିଲା ଅଭିଯୁକ୍ତ। ଯୁବତୀ ଜଣକ ଚିତ୍କାର କରିବାରୁ ବାଇକରୁ ଠେଲି ଦେଇଥିଲା ଅଭିଯୁକ୍ତ। ଏହା ଫଳରେ ଗୁରୁତର ଆହତ ହୋଇଥିଲେ ପୀଡିତା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି  କରାଯାଇଥିଲା। ଏହି ଘଟଣାର ପୋଲିସ ତଦନ୍ତ କରି ଆଜି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।

ଜଣେ ବ୍ୟକ୍ତିଙ୍କୁ ଧାର ଦେଇଥିବା ଟଙ୍କା ଆଣିବା ପାଇଁ ମହାଜନପୁର ଯାଇଥିଲେ ଯୁବତୀ। ଫେରିବା ବାଟରେ ଲିଫ୍ଟ ଦେଇ ଥିଲା ଅଭିଯୁକ୍ତ। ଆଉ ସେହି ବାହାନାରେ ନିଛାଟିଆ ରାସ୍ତାରେ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.