ମହଙ୍ଗା ପଡିଲା ଲକଡାଉନ ନିୟମ ଉଲ୍ଲଙ୍ଘନ କରିବା, ରିଲାଏନ୍ସ ଜୁଏଲାରୀକୁ ୩୦ ହଜାର ଫାଇନ କଲା ବିଏମସି

କେନ୍ୟୁଜ୍(ବ୍ୟୁରୋ) ଲକଡାଉନରେ ସାଧାରଣ ଖଟିଖିଆ ଚାଷୀ ଓ ଶ୍ରମିକ ଶ୍ରେଣୀର ଲୋକ ପ୍ରଭାବିତ ହୋଇଛନ୍ତି। କିନ୍ତୁ ଏହାରି ଭିତରେଭୁବନେଶ୍ବରର ମଲ୍ଟିପୁଲ କମ୍ପେଲକ୍ସରେ ନିଜ ସୋରୁମ ଖେଲି ବେପାର ଚଳାଇଥିଲା ରିଲାଏନ୍ସ ଜୁଏଲାରୀ। ଲକଡାଉନ ନିୟମ ସମସ୍ତଙ୍କ ପାଇଁ  ସମାନ ହୋଇଥିଲେ ହେଁ ଏହାକୁ ଖାତିର ନକରି ନିଜ ବେପାର ବଢାଇବା ପାଇଁ ଚେଷ୍ଟା କରୁଥିଲା ରଲାଏନ୍ସ ଜୁଏଲାରୀ। ଯେଉଁଥିପାଇଁ ରିଲାଏନ୍ସ ଜୁଏଲାରୀ ବିରୋଧରେ ୩୦ ହଜାର ଟଙ୍କା ଫାଇନ କାଟିଛି ବିଏମସି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରିଲଏନ୍ସ  କିଭଳି ଦାୟୀତ୍ବହୀନ ଭାବରେ ଏମିତି ଜୁଏଲାରୀ ସପ ଖୋଲୁଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜଧାନୀର ବୁଦ୍ଧିଜୀବୀ

 

Leave A Reply

Your email address will not be published.