ରାଜଧାନୀର ଆଉ ୧୮ଟି ସ୍ଥାନରେ ଲାଗୁ ହେଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର ଆଉ ୧୮ଟି ସ୍ଥାନରେ କଣ୍ଟେନମେଣ୍ଟ । ବିଏମ୍‌ସି ଦକ୍ଷିଣପୂର୍ବ ଜୋନ୍‌ରେ ୧୧ଟି, ଉତ୍ତର ଜୋନ୍‌ରେ ୧ ଓ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୬ଟି ଏଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନର ୧୧ଟି ସ୍ଥାନକୁ ମାଇକ୍ରୋମେଣ୍ଟ ଜୋନ କରାଯାଇଥିବା ବେଳେ ସିଲ୍‌ ହୋଇଛି । ଉତ୍କଳ ଭିଲ୍ଲାରେ ୩ଟି ଫ୍ଲାଟ, ଟଙ୍କପାଣି ରୋଡ, ବଡ଼ଗଡ଼ ବ୍ରିଟ କଲୋନୀ, ୟୁନିଟ୍‌-୯ରେ ଏହି ୧୧ ଟି କଣ୍ଟେନମେଣ୍ଟ ଜୋନ ରହିଛି ।

ଏହାକୁ ମିଶାଇ ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ୪୪ରେ ପହଞ୍ଚିଛି । ଭୁବନେଶ୍ୱର ଜାଭିଅର ଇନିଷ୍ଟିଚ୍ୟୁଟର ଏକ ହଷ୍ଟେଲକୁ ସଂପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ କରିଛି ବିଏମସି । ଏଠାରେ ୩୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାକି ସବୁ ହଷ୍ଟେଲ ଛାତ୍ରଛାତ୍ରୀଙ୍କର ବିଏମ୍‌ସି ପକ୍ଷରୁ ଆରଟିପିସିଆର ଟେଷ୍ଟ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.