ପରିବା ବ୍ୟବସାୟୀଙ୍କୁ ବିଏମସି କମିଶନରଙ୍କ କଡା ଚେତାବନୀ, ରାସ୍ତା ଉପରେ ଅଳିଆ ପକାଇଲେ ଗଣିବେ ୫ହଜାର ଫାଇନ୍‌

ଭୁବନେଶ୍ୱର(କେନ୍ୟୁଜ୍): ରାସ୍ତା ଉପରେ ଅଳିଆ ପକାଇଲେ ଗଣିବେ ଫାଇନ୍‌ । ପଚା ପରିବା କିମ୍ବା ଅନ୍ୟାନ୍ୟ ବର୍ଯ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ଗଣିବେ ୫ହଜାର ଟଙ୍କା । ପରିବା ବ୍ୟବସାୟୀଙ୍କୁ ବିଏମସି କମିଶନରଙ୍କ କଡା ଚେତାବନୀ । ପରିବା ହାଟରୁ ଆଉ ଅଳିଆ ଆବର୍ଜନା ଉଠେଇବନି ବିଏମସି ।

ସେହିଭଳି ସମସ୍ତ ଅଳିଆକୁ ଅଲଗା ଅଲଗା ନପକାଇଲେ ୫ଶହ ଟଙ୍କା ଜରିମାନା ଆଦାୟ କରିବ BMC । ବାରମ୍ବାର ସଚେତନ କରିବା ପରେ ମଧ୍ୟ ସଚେତନ ହେଉ ନାହାନ୍ତି ପରିବା ବ୍ୟବସାୟୀ । ପଚା ପରିବା ରାସ୍ତାକୁ ଫିଙ୍ଗି ଅପରିଷ୍କାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.