Below header

ବିଶ୍ବର ସବୁଠୁ ବଡ ଧନୀ ବ୍ୟକ୍ତିଙ୍କୁ ଲାଗିଲା ଝଟକା : ଦିନକରେ ଏଲନ୍‌ ମସ୍କ ସହିଲେ ୮୫ ହଜାର କୋଟି ଟଙ୍କାର କ୍ଷତି, ଆଦାନୀଙ୍କ ସମ୍ପତ୍ତି ବି କମିଲା

ନୂଆଦିଲ୍ଲୀ : ବିଶ୍ବର ସବୁଠୁ ବଡ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ଏବଂ ଟପ୍‌ ୧୦ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୧୨. ୪୧ ବିଲିୟନ ଡ଼ଲାର ହ୍ରାସ ପାଇଛି। କେବଳ ସେତିକି ନୁହେଁ ମୁକେଶ ଅମ୍ବାନୀ ମଧ୍ୟ ଏକ ବଡ଼ କ୍ଷତି ସହିଛନ୍ତି। ସମ୍ପତ୍ତି ହ୍ରାସର କାରଣ ହେଉଛି ଟେସଲା , ଅଦାନୀଗ୍ରୁପ ଓ ମୁକେଶ ଅମ୍ବାନୀଙ୍କ ସେୟାର ବିପୁଳ ପରିମାଣରେ କ୍ଷତି ସହିଛନ୍ତି ।

Bloomberg Billionaires Index ରିପୋର୍ଟ ବିଷୟରେ କହିବାକୁ ଗଲେ ବିଶ୍ବର ଚତୁର୍ଥ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ହ୍ରାସ ପାଇଛି। ୨.୧୧ ବିଲିୟନ ଡ଼ଲାର ଅର୍ଥାତ ତାଙ୍କ ସମ୍ପତ୍ତିରେ ପ୍ରାୟ ୧୭ ,୪୦୦ କୋଟି ଟଙ୍କା କ୍ଷତି ହୋଇଛି। ଏଥି ସହିତ, ଟେସଲା ସିଇଓ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କଙ୍କ ସମ୍ପତ୍ତି ଗୋଟିଏ ଦିନରେ ୧୦.୩ ବିଲିୟନ ଡ଼ଲାର୍ ଅର୍ଥାତ୍ ୮୫,୦୦୦ କୋଟି ଟଙ୍କା ହରାଇଛି। ସେହିପରି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ଦିନକରେ ୯୩.୭ ମିଲିୟନ ଡଲାର ଅର୍ଥାତ ୭୭୦ କୋଟି ଟଙ୍କା କମିଛି । ଧନୀ ତାଲିକାର ଟପ୍‌ ୧୦ରେ ଥିବା ସମସ୍ତ ଧନୀକଙ୍କ ସମ୍ପତ୍ତି ପରିମାଣ ହ୍ରାସ ପାଇଛି ।

ଏଥିସହିତ ବିଶ୍ବର ଦ୍ବିତୀୟ ଧନୀ ଜେଫ୍‌ ବେଜୋସଙ୍କ ଦିନକରେ କ୍ଷତି ହୋଇଛି ୫.୯୨ ବିଲିୟନ ଡଲାର ଅର୍ଥାତ ପାଖାପାଖି ୪୯ ହଜାର କୋଟି ଟଙ୍କା । ସେହିଭଳି ତୃତୀୟ ଧନୀ ବ୍ୟକ୍ତି ଓ୍ବର୍ନାର୍ଡ ଅର୍ନଲ୍ଟଙ୍କ ସମ୍ପତ୍ତି ହଜାର କୋଟି ଟଙ୍କା କମି ୧୩୧ ବିଲିୟନ ଡଲାର ରହିଛି । ସେହିଭଳି ବିଲ୍‌ ଗେଟସ୍‌ ୨.୬୫ ବିଲିୟନ ଡଲାର କମି ୧୦୬ ବିଲିୟନ ଡଲାର, ଓ୍ବାରେନ୍‌ ବଫେଟ୍‌ଙ୍କ ସମ୍ପତ୍ତି ୨.୨୯ ବିଲିୟନ କମି ୯୪.୨ ବିଲିୟନ ଡଲାର ରହିଛି ।

ସୂଚନାଯୋଗ୍ୟ ଯେ ଟେସଲା ସିଇଓ ଏଲୋନ୍ ମସ୍କ ଟ୍ୱିଟର କିଣିବା ପାଇଁ ନିକଟରେ ଏକ ପୁରୁଣା ଅଫର ଦେଇଥିଲେ । ତେବେ ଖୁବ ଶୀଘ୍ର ଟ୍ୱିଟର ବିଷୟରେ ଏକ ବଡ ଡିଲ୍ ହୋଇପାରେ। ଏଥି ସହିତ, ଗୌତମ ଆଦାନୀ ନିକଟରେ ରାଜସ୍ଥାନରେ ୬୦ ହଜାର କୋଟି ନିବେଶ ବିଷୟରେ ଚର୍ଚ୍ଚା ଲାଗିରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.