କ୍ରେଡ଼ିଟ କାର୍ଡ଼ରୁ EMI ଭରୁଥିଲେ ସାବଧାନ! ନଚେତ୍‌ ଭରିବାକୁ ହେବ ଭାରି ଜରିମାନା

କ୍ରେଡ଼ିଟ କାର୍ଡ ଲୋକଙ୍କୁ ଅନେକ ସୁବିଧା ଯୋଗାଇଥାଏ। କିନ୍ତୁ ଯଦି କେହି ଏହାକୁ ଠିକ ରେ ବ୍ୟବହାର କରିପାରନ୍ତି ନାହିଁ ତେବେ ଅନେକ ଅସୁବିଧା ଭୋଗିବାକୁ ପଡ଼ିଥାଏ। ସେମିତି ଯଦି ଠିକ ଭାବେ ଏହାର ବ୍ୟବହାର ହୁଏ ତେବେ ଏହାର ଫାଇଦା ବହୁତ ହୋଇଥାଏ। କ୍ରେଡ଼ିଟ କାର୍ଡରେ କିଛି ଭୁଗତାନ କରିବା ପରେ ତାର ବିଲ ପ୍ରତି ମାସରେ ପେମେଣ୍ଟ କରିବାକୁ ପଡ଼େ।

ଏମ ିତିରେ ଅନେକ ସମୟରେ କ୍ରେଡ଼ି ଟ କାର୍ଡରେ କୌଣସି ଜିନିଷ ଇଏମଆଇ ଜରିଆରେ କିଣିଲେ ତାହର ଧ୍ୟାନ ରଖିବାକୁ ପଡ଼େ। ବଡ଼ ଜିନିଷ କିଣିଲେ କିଛି ମାସ ପର୍ଯ୍ୟନ୍ତ ତାର EMI ଭରିବାକୁ ପଡ଼ିଥାଏ। ତେଣୁ ଯଦି ଆପଣ କ୍ରେଡ଼ିଟ କାର୍ଡରୁ କିଛ ଜିନିଷ EMI ରେ ଆଣୁଛନ୍ତି, ତେବେ କିଛି କଥାକୁ ଧ୍ୟାନ ରଖିବାକୁ ପଡ଼େ। ଏମିତିରେ ଆପଣ କିଛି ସମସ୍ୟାରେ ପଡ଼ିବେ ନାହିଁ। ଆସନ୍ତୁ ଜାଣିବା ଆଜି ସେହି ସବୁ ସମ୍ପର୍କରେ ଯାହାକି ଆମକୁ କ୍ରେଡ଼ିଟ କାର୍ଡ ବ୍ୟବହାର କରିବା ସମୟରେ ଧ୍ୟାନ ରଖିବା ଉଚିତ।

EMI ପେମେଣ୍ଟ:
ଯେବେ ଆପଣ ଦେବାକୁ ଥିବା ପେମେଣ୍ଟ EMI ଜରିଆରେ ଦେବା ପାଇଁ ନିଷ୍ପତ୍ତି ନିଅନ୍ତି ତେବେ ତାହାକୁ ପ୍ରତି ମାସରେ କିସ୍ତି ଆକାରରେ ସୁଝିବାକୁ ପଡ଼ିଥାଏ। ଅନେକ ଥର ଏହି କିସ୍ତିରେ ସୁଧ ମଧ୍ୟ ଦେବାକୁ ପଡ଼ିଥାଏ। ତେବେ କ୍ରେଡ଼ିଟ କାର୍ଡରେ EMI ଉପଯୋଗୀ ଓ ସୁବିଧାଜନକ ହୋଇଥାଏ କିନ୍ତୁ EMI ର ବିକଳ୍ପ ବାଛିଲେ କିଛି ସମୟର ଧ୍ୟାନ ରଖିବା ଉଚିତ।

-ପ୍ରୋସେସିଂ ଶୁଳ୍କ:

କ୍ରେଡ଼ିଟ କାର୍ଡ EMI ରେ ପ୍ରୋସେସିଂ ଶୁଳ୍କ ଲାଗୁ ହୋଇଥାଏ। ଏମିତିରେ କୁହାଯାଏ ଯେ EMI ବିକଳ୍ପ ବାଛିବା ପୂର୍ବରୁ କାର୍ଡ ସେବା ପ୍ରଦାନ ସହିତ ଶୁଳ୍କ ମଧ୍ୟ ଯାଞ୍ଚ କରାଯାଏ।

– ସୁଧଦର:

ପ୍ରୋସେସିଂ ଶୁଳ୍କ ବ୍ୟତିତ ଆପଣଙ୍କ କ୍ରେଡିଟ କାର୍ଡ ସେବା ପ୍ରଦାତା ସେହି ରାଶି ଉପରେ ସୁଧ ମଧ୍ୟ ନେବେ। ଯାହାକୁ ଆପଣ EMI ରେ ପରିବର୍ତ୍ତନ କରିଛନ୍ତି। ଅନେକ ଇକମର୍ସ ପ୍ଳାଟଫର୍ମ ଜିରୋ କଷ୍ଟ ପ୍ଲାଟଫର୍ମ ଜିରୋ କଷ୍ଟ EMI ମଧ୍ୟ େ ଦଇଥାନ୍ତି। ଯେଉଁଥିରେ ଆପଣଙ୍କୁ କିଛି ଅତିରିକ୍ତ ରାଶିର ଭୁଗତାନ କରିବାକୁ ହେବ ନାହିଁ। ଏମିତିରେ କେବଳ ଆପଣଙ୍କୁ ସୁଧ ଦର ଯାଞ୍ଚ କରିବାକୁ ହେବ।

-କ୍ରେଡ଼ିଟ ବାଲାନ୍ସ:

ଭୁଗତାନ କରିବା ପୂର୍ବରୁ କିିମ୍ବା ନିଜର ଲେଣ ଦେଣ କୁ EMI ରେ କନଭର୍ଟ କରିବା ପୂର୍ବରୁ ପ୍ରତିଥର କାର୍ଡରେ ଥିବା କ୍ରେଡ଼ିଟ ବା ବାଲାନ୍ସକୁ ଚେକ୍‌ କରନ୍ତୁ। ଯଦି ପର୍ଯ୍ୟାପ୍ତ ପରିମାଣରେ ରାଶି ନାହିଁ ତେବେ ଇଏମଆଇ ଅନୁରୋଧ କୁ ଅସ୍ୱିକାର କରାଯିବ। ମାନେ ଆପଣ ଏମିତିରେ କିଛି ଜିନଷ ନେଇପାରିବେ ନାହିଁ।

-ଫୋରକ୍ଲୋଜର ଚାର୍ଜ:

ଯଦି ଆପଣ ବଳିଥିବା EMI ର ଏକାସହିତ ଭୁ ଗତାନ କରିବାକୁ ଚାହୁଁଛନ୍ତି ତେବେ ତାହାକୁ ଫରକ୍ଲୋଜର ଚାର୍ଜ କୁହାଯାଏ। ଆଉ ଏମିତିରେ ଚାର୍ଜ + ଜିଏସଟି ଲାଗୁ ହେବ।

-ମିସ୍ଡ ପେମେଣ୍ଟ:

ଯଦି କୌଣସି ଇଏମଆଇ ର ପେମେଣ୍ଟ ହୋଇନାହିଁ ତେବେ ଏହି ସମୟରେ ଆପଣଙ୍କଠୁ ବିଳମ୍ବରେ ଫି ସ୍‌ ଓ ଅନ୍ୟ ଶୁଳ୍କ ଆଡ଼ କରି ନିଆଯିବ। ଏହସହିତ ଅତିରିକ୍ତ ସୁଧ ମଧ୍ୟ ନିଆଯିବ। ଏଥିରେ କ୍ଷତି ମଧ୍ୟ ଆପଣଙ୍କର ହେବ। ଏହସହିତ ପେମେଣ୍ଟ ମିସ୍‌ କରିବା ଦ୍ୱାରା କ୍ରେଡ଼ିଟ ସ୍କୋର ମଧ୍ୟ ପ୍ରଭାବିତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.