ରାଜଧାନୀବାସୀ ସତର୍କ ରୁହନ୍ତୁ, ଜନଗହଳି ସ୍ଥାନରେ ମାସ୍କ ଚେକିଂ ହେବ କଡ଼ାକଡ଼ି

କେନ୍ୟୁଜ୍(ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ପରେ ଭୁବନେଶ୍ୱରରେ କଡ଼ାକଡ଼ି ହେଲା ନିୟମ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନରଖିଲେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାସ। ଅମାନିଆଙ୍କୁ ଧରିବା ସହ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯିବ। ମାର୍କେଟ, ସପିଂ ମଲ, ଜନଗହଳି ପୂର୍ଣ୍ଣ ସ୍ଥାନରେ ଚେକିଂ କଡ଼ାକଡ଼ି ହେବ ବୋଲି ସେ କହିଛନ୍ତି।ବିଏମ୍‌ସି ମଧ୍ୟ କରୋନା ପାଇଁ ସଚେତନତା ସହ ଚଢଉ ଜୋରଦାର କରିବ। ଏନ୍‌ଫୋର୍ସମେଣ୍ଟ ପାଇଁ ବିଏମସିକୁ ଦିଆଯାଇଛି ଅଧିକ ଫୋର୍ସ ।

ବିଏମସିର ୩ଟି ଜୋନରେ ୬ରୁ ଅଧିକ ସ୍କାଡ ଚଢଉରେ ସାମିଲ ହେବେ। ଆସନ୍ତାକାଲି ଠାରୁ ବିଭିନ୍ନ ହଷ୍ଟେଲରେ ଯାଞ୍ଚ ସହ ଟେଷ୍ଟିଂ କରାଯିବ। ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ଥିତି ଅନୁଧ୍ୟାନ କରିବେ ଡିସିପି ଓ ବିଏମସି କମିସନର। ବିମାନବନ୍ଦର, ରେଳ ଷ୍ଟେସନ ବୁଲି ସ୍ଥିତି ଅନୁଧ୍ୟାନ କରିବେ ବିଏମସି କମିଶନର। ସଂକ୍ରମଣ ବୃଦ୍ଧି ସତ୍ତ୍ୱେ ସେପଟେ ଲୋକମାନେ ନିୟମ ଖିଲାପ କରୁଥିବା ଦେଖିବାକୁ ମିଳିଛି । ମାସ୍କ ନପିନ୍ଧିବା ସହ ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦେଉନଥିବା ଦେଖାଯାଇଛି। ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ସମ୍ପର୍କରେ ସୂଚନା ଦେବାକୁ ପରାମର୍ଶ ଦିଆଯାଉଛି।

 

Leave A Reply

Your email address will not be published.