ମାମୁ ଲୁଟିଲା ୧୭ ବର୍ଷୀୟା ଭାଣିଜୀର ଇଜ୍ଜତ, ଥରେ କି ଦିଥର ନୁହେଁ ବାରମ୍ବାର କରୁଥିଲା ଦୁଷ୍କର୍ମ

ମାମୁ ଲୁଟିଲା ଭାଣିଜୀର ଇଜ୍ଜତ। ଧରମ ମାମୁ ନୁହେଁ, ମା’ର ନିଜ ଭାଇ ହିଁ କଲା ଭାଣିଜୀକୁ ଦୁଷ୍କର୍ମ। ଏଭଳି ଜଘନ୍ୟ ଘଟଣା ଘଟିଛି ପଞ୍ଜାବର ଲୁଧିୟାନାରେ। ଏଠାରେ ଏକ ୧୭ ବର୍ଷୀୟା ଝିଅକୁ ତା’୪୩ ବର୍ଷର ମାମୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ପରେ ଝିଅଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସୌଭାଗ୍ୟବଶତଃ ତା’ ଜୀବନ ବଞ୍ଚିଯାଇଛି।

ପୋଲିସର କହିବାନୁସାରେ, ୧୦ମ ଶ୍ରେଣୀର ଛାତ୍ରୀ ପଞ୍ଜାବର ଜଲନ୍ଧରରେ ମାମୁଁ ଘରେ ଅଜା ଆଈଙ୍କ ପାଖରେ ରହି ପଢ଼ୁଥିଲା। ଗତବର୍ଷ ମହାମାରୀ ଯୋଗୁ ସ୍କୁଲ ବନ୍ଦ ଥିବାରୁ ସେ ଲୁଧିଆନାସ୍ଥିତ ନିଜ ଘରକୁ ଚାଲିଆସିଥିଲା। ଏହି ସମୟରେ ଦିନେ ବାପା-ମା’ ବାହାରକୁ ଯାଇଥିବା ବେଳେ ତା’ମାମୁ ତାକୁ ନିଶା ମିଶା କୋଲ୍ଡ ଡ୍ରିଙ୍କ୍‌ ପିଆଇ ଦେଇଥିଲେ। ସେ ଅଚେତ ହୋଇପଡ଼ିବା ପରେ ଅଭିଯୁକ୍ତ ମାମୁ ତା’ ସହ ଦୁଷ୍କର୍ମ କରିଥିଲା।
ଚେତା ଆସିବା ପରେ ସେ ଏ ବିଷୟରେ ଜାଣିପାରିଥିଲା ଓ ମାମୁକୁ ବିରୋଧ କରିଥିଲା। ମାତ୍ର ସେ କିଛି ନଶୁଣି ପୁଣିଥରେ ଯୌନ ଉତ୍ପୀଡ଼ନ କରିଥିଲେ। ଏଥିସହ ମୋବାଇଲରେ ନଗ୍ନ ଫଟୋ ଉତ୍ତୋଳନ କରିଥିଲେ। ଏ ବାବଦରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ବି ଧମକ ଦେଇଥିଲା ମାମୁ। ଅଗଷ୍ଟ ପରେ ପୁଣିଥରେ ସେପ୍ଟେମ୍ବର ମାସରେ ସେ ଭଉଣୀ ଘରକୁ ଆସି ବନ୍ଧୁକ ମୁନରେ ଭାଣିଜୀକୁ ବଳତ୍କାର କରିଥିଲା। ସେହିପରି ନଭେମ୍ବରରେ ନାବାଳିକା ବହି କିଣିବାକୁ ଯାଉଥିବା ବେଳେ ତାକୁ ରାସ୍ତାରୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲା।

ବାରମ୍ବାର ମାମୁର ଏଭଳି ଅତ୍ୟାଚାର ସହିନପାରି ଶେଷରେ ଝିଅଟି ଆତ୍ମହତ୍ୟା କରିବାକୁ ଯାଉଥିଲା। ପରିବାର ଲୋକେ ତାକୁ ଅଟକାଇ କାରଣ ପଚାରିବାରୁ ସତ ସାମ୍ନାକୁ ଆସିଥିଲା। ପରେ ପରିବାର ଲୋକେ ଅଭିଯୁକ୍ତ ମାମୁ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସ ଏବେ ଅଭିଯୁକ୍ତ ମାମୁକୁ ଖୋଜୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.