Below header

ତ୍ୱଚା ସହିତ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ କଖାରୁ, ଏମିତି ଉପାୟରେ ଦୈନିକ କରନ୍ତୁ ବ୍ୟବହାର

କଖାରୁ ଖାଇବାକୁ ଅନେକ ଲୋକ ପସନ୍ଦ କରିଥାଆନ୍ତି। ଏହା ଏମିତି ଏକ ପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। କଖାରୁରେ ପୋଟାସିୟମ୍‌, ଆଇରନ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଭିଟାମିନ ଏ, କେ ଏବଂ ଇ ଭରପୂର ମାତ୍ରାରେ ରହିଛି। ଏଥିରେ ଏମିତି ବି କିଛି ପୋଷକ ତତ୍ତ୍ୱ ବି ଅଛି, ଯାହାକି ଆପଣଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରିବା ସହିତ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ଯଦି ଆପଣ ତ୍ୱଚା ଏବଂ କେଶ ସମସ୍ୟାକୁ ନେଇ ଚିନ୍ତିତ, ତା’ହେଲେ କଖାରୁ ଆପଣଙ୍କ ପାଇଁ ପ୍ରଭାବଶାଳୀ ହେବ। ଆଜି ଆମେ କଖାରୁର ଫାଇଦା ବିଷୟରେ କହିବୁ।

-କଖାରୁରେ ଥିବା ଭିଟାମିନ ଏ ଏବଂ ଇ ତ୍ୱଚାର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ଏହାକୁ ବ୍ୟବହାର କଲେ ଚେହେରାରେ କୁଞ୍ଚନ ପଡ଼େ ନାହିଁ ଏବଂ ଏହା ଆକର୍ଷଣୀୟ ଦେଖାଯାଇଥାଏ।

-କଖାରୁରେ ଜିଙ୍କ୍‌, ଭିଟାମିନ୍‌ ଇ ଥିବାରୁ ଏହା ତ୍ୱଚାର ହିଲିଙ୍ଗ୍‌ ପ୍ରୋସେସ୍‌କୁ ବଢ଼ାଇଥାଏ, ଯଦ୍ଦ୍ଵାରା ବ୍ରଣ, ଚିହ୍ନ, ଦାଗ ଆଦି ସମସ୍ୟା ଦେଖାଦେଇ ନ ଥାଏ।

-ଯଦି ଆପଣଙ୍କ କେଶ ବହୁତ ରୁକ୍ଷ, ତା’ହେଲେ କଖାରୁ ମାସ୍କ ବ୍ୟବହାର କରିବା ଉଚିତ। ଏହାକୁ ବନାଇବା ପାଇଁ ୨ କପ୍‌ ସିଝା କଖାରୁରେ ୧ ଚାମଚ ନଡ଼ିଆ ତେଲ, ୧ ଚାମଚ ମହୁ ଏବଂ ୧ ଚାମଚ ଦହି ପକାଇ ମିକ୍ସ କରି ନିଅନ୍ତୁ। ଏବେ ଶାମ୍ପୁ କରିଥିବା କେଶରେ ଏହି ପେଷ୍ଟକୁ ପାଖାପାଖି ୧୫ ମିନିଟ୍‌ ପାଇଁ ଲଗାଇ ଛାଡ଼ି ଦିଅନ୍ତୁ। ଏହାପରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ।

-କଖାରୁ ମଞ୍ଜିରେ ମହଜୁଦ ଥିବା ଖଣିଜ ଏବଂ ଭିଟାମିନ କେଶକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହାଛଡ଼ା ଏଥିରେ ଥିବା ଯୌଗିକ କେଶକୁ ଶକ୍ତ ରଖିଥାଏ, ଯଦ୍ଦ୍ଵାରା କେଶ ଝଡ଼ିବା କମ୍‌ ହୋଇଯାଇଥାଏ। ଆପଣ ଯଦି ଲମ୍ବା ଏବଂ ଚମକଦାର କେଶ ଚାହୁଁଛନ୍ତି, ତା’ହେଲେ ନିୟମିତ ରୂପେ କଖାରୁ ମଞ୍ଜିକୁ ଉପଯୋଗ କରିବା ଆରମ୍ଭ କରି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.