ବଲିଉଡ୍‌ର ଟପ୍‌ କ୍ୟାମେରାପର୍ସନ‌ ଏବେ କଟକ ରାସ୍ତା କଡ଼ରେ ବିକୁଛନ୍ତି ମୋମୋ

ବଲିଉଡ୍‌ର ଟପ୍‌ କ୍ୟାମେରାମ୍ୟାନ୍‌ ଏବେ ରାସ୍ତା କଡ଼ରେ ବିକୁଛନ୍ତି ମୋମୋ। ପେଟ ଚାଖଣ୍ଡକ ପାଇଁ ରାସ୍ତା କଡ଼କୁ ଚାଲିଆସିଛନ୍ତି ସବୁ ବିଳାସବ୍ୟସନକୁ ଛାଡ଼ି। ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ଏହା ସତ। କରୋନା ବଦଳାଇଦେଲା ସବୁକିଛି। ଦିନେ ବଡ଼ ବଡ଼ ଫିଲ୍ମ ଷ୍ଟାରଙ୍କ କ୍ୟାମେରା ପର୍ସନ ଭାବେ କାମ କରୁଥିବା ସୁଚିସ୍ମିଚା ରାଉତରାୟ ଏବେ କଟକରେ ବିକ୍ରି କରୁଛନ୍ତି ମୋମୋ।

ମୁମ୍ବାଇରେ ବଲିଉଡ୍‌ ଫିଲ୍ମରେ ଆସିଷ୍ଟାଣ୍ଟ କ୍ୟାମେରା ପର୍ସନ ଭାବେ କାମ କରୁଥିବା କଟକର ଝିଅ ସୁଚିସ୍ମିତା କରୋନା ଲକ୍‌ଡାଉନ୍‌ ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସୁଟିଂ ବନ୍ଦ ହୋଇଯିବାରୁ ଚଳିବାକୁ ବି ତାଙ୍କ ପାଖରେ ପଇସା ନଥିଲା। ଶେଷରେ ଫେରିଆସିଥିଲେ ନିଜ ଘରକୁ। କିନ୍ତୁ ଏଠି ବି ସ୍ଥିତି ଥିଲା ଆହୁରି ସଙ୍ଗୀନ୍‌। ଗୁଜୁରାଣ ମେଣ୍ଟାଇବାକୁ କିଛି ଉପାୟ ନପାଇ ଶେଷରେ ମୋମୋ ବିକ୍ରି କରୁଛନ୍ତି ସୁଚିସ୍ମିତା।

momo

ଧୀରେ ଧୀରେ ବଲିଉଡରେ ସ୍ଥିତି ସୁଧୁରୁଥିବା ବେଳେ କରୋନାର ଦ୍ଵିତୀୟ ସଂକ୍ରମଣ ବର୍ତ୍ତମାନ ତାଙ୍କ ପାଦ ରୋକିଛି। ବଲିଉଡରେ ଟେଲି ସିରିୟଲ ଓ ବହୁ ନାମୀ ଦାମୀ ଫିଲ୍ମରେ ଆସିଷ୍ଟାଣ୍ଟ କ୍ୟାମେରା ପର୍ସନ ଭାବରେ କାମ କରି ଓଡିଶା ପାଇଁ ଗର୍ବ ଗୌରବ ଆଣିଛନ୍ତି ସୁଚିସ୍ମିତା। ଆଉ ସ୍ଥିତି ସୁଧୁରିଲେ ପୁଣି ଥରେ ନିଜର କର୍ମକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କହିଛନ୍ତି ସୁଚିସ୍ମିତା।

You might also like