Below header

ଦେଖନ୍ତୁ ଭିଡିଓ: ଗୀତ ରିୟାଜ୍‌ କରୁଥିଲେ ମା’, କୋଳରେ ବସିଥିବା ୭ ମାସର କୁନି ପୁଅ ବି ସୁନ୍ଦର କଣ୍ଠରେ ଆରମ୍ଭ କରିଦେଲା ଗାଇବା

ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବା କିଛି ଭିଡିଓ ଏମିତି ବି ଥାଏ, ଯାହାକୁ ଦେଖିଲେ ମନ ଖୁସି ହୋଇଯାଏ। ଆଉ ଏହାକୁ ଆମେ ବାରମ୍ବାର ଦେଖିବାକୁ ଇଚ୍ଛା କରିଥାଉ। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟି ଜଣେ ମା’ ଓ ପୁଅର। ଏଥିରେ ଦୁଇଜଣ ଏକ ସାଥୀରେ ବସି ଗୀତ ରିୟାଜ୍‌ କରୁଥିବା ଦେଖିବାକୁ ମିଳୁଛି।

ମା’ ଓ କୁନି ପୁଅର ଏହି ସୁନ୍ଦର ଭିଡିଓ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଏହାକୁ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଶେୟାର କରିଛନ୍ତି। ଏଥିରେ ସେ କ୍ୟାପସନ ଲେଖିଛନ୍ତି, ‘ନିଜ ସକାଳକୁ ସୁନ୍ଦର କରିବା ପାଇଁ ଏକ ସୁନ୍ଦର ଯୁଗଳବନ୍ଦୀ’। ଭିଡିଓରେ ଆପଣ ଦେଖିପାରିବେ କି, ଜଣେ ମହିଳା ନିଜ କୁନି ପୁଅକୁ କୋଳରେ ଧରି ବସିଛନ୍ତି ଏବଂ ଏକ ଗୀତର ରିୟାଜ କରୁଛନ୍ତି। ଯେମିତି ହିଁ ସେ ଗୀତ ଗାଇବା ଆରମ୍ଭ କରୁଛନ୍ତି, କୋଳରେ ବସିଥିବା ତାଙ୍କ ପୁଅ ମଧ୍ୟ ଗୀତ ଗାଇବାରେ ଲାଗୁଛି।

ଭିଡିଓଟି ଖୁବ୍‌ ମଜାଦାର ରହିଛି, ଯାହାକୁ ଏ ପର୍ଯ୍ୟନ୍ତ ୧୯ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଏଥିରେ ଲୋକେ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି। ସୂଚନା ମୁତାବକ, ଏହି ଭିଡିଓ ଲୋକପ୍ରିୟ ଶାସ୍ତ୍ରୀୟ ତଥା ମରାଠି ଗାୟିକା ପ୍ରିୟଙ୍କା ବର୍ଭେଙ୍କର। ସେ ଜଣେ ଜଣାଶୁଣା ଥିଏଟର କଣ୍ଠଶିଳ୍ପୀ। କୋଳରେ ବସିଥିବା ତାଙ୍କ ପୁଅର ନାଁ ୟୁବାନ, ଯାହାକୁ ମାତ୍ର ୭ ମାସ ବୟସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.