Below header

କିଟର କୁନି ବୈଜ୍ଞାନିକ ଆୟୁଷ୍ମାନ୍‍ ନାୟକଙ୍କୁ ମିଳିଲା ପେଟେଣ୍ଟ ସାର୍ଟିଫିକେଟ

ଭୁବନେଶ୍ବର(କେନ୍ୟୁଜ୍):  କିଟର କୁନି ବୈଜ୍ଞାନିକ ଆୟୁଷ୍ମାନ୍‍ ନାୟକଙ୍କ ପ୍ରକଳ୍ପକୁ ମିଳିଛି ପେଟେଣ୍ଟ ସାର୍ଟିଫିକେଟ। କିଟ୍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ସପ୍ତମ ଶ୍ରେଣୀର ଛାତ୍ର ହେଉଛନ୍ତି ଆୟୁଷ୍ମାନ୍‍ । ସେ ୱାସିଂ ମେସିନରେ  ବ୍ୟବହୃତ ସାବୁନ୍‍ ପାଣିକୁ କପିରି ପୁନଃ ୱାସିଂ ମେସିନରେ ବ୍ୟବହାର କରାଯାଇପାରିବ ସେ ନେଇ ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି । ଆୟୁଷ୍ମାନଙ୍କ ଏହି ନୂତନ ସୃଜନ ହେଉଛି ଏପରି ଏକ ୱାସିଂ ମେସିନ୍‍ ବକିଶିତ କରାଯିବ ଯେଉଁଥିରେ ସେହି ୱାସିଂ ମେସିନରେ ବ୍ୟବହୃତ ସାବୁନ୍‍ ପାଣି ପାଞ୍ଚ ପର୍ଯ୍ୟାୟରେ ଛାଣି ହୋଇ ପୁନଃ ବ୍ୟବହାର ପାଇଁ ସଞ୍ଚୟ ହୋଇ ପାରୁଥିବ । ଆୟୁଷ୍ମାନ୍‍ ଯେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲ।

kiit

ସେତେବେଳେ ସେ ଏହି ପ୍ରକଳ୍ପ ଆରମ୍ଭ କରିଥିଲେ । ଏହି ପ୍ରକଳ୍ପ ପାଇଁ ତାଙ୍କୁ ୨୦୧୭ରେ ନ୍ୟାସନାଲ୍‍ ଇନୋଭେସନ୍‍ ଫାଉଣ୍ଡେସନ୍‍ (ଏନ୍‍ଆଇଏଫ୍‍) ପକ୍ଷରୁ ଏପିଜେ ଅବଦୁଲ୍‍ କାଲାମ୍‍ ଇଗ୍‍ନାଇଟ୍‍ ପୁରସ୍କାର ପ୍ରଦାନ କରାଯାଇଥଲି ।   ଏହି ପ୍ରକଳ୍ପକୁ ଏବେ ଭାରତ ସରକାରଙ୍କ ଇଣ୍ଟେଲକ୍ଚୁଆଲ ପ୍ରପର୍ଟି ପକ୍ଷରୁ ପେଟେଣ୍ଟ ପ୍ରଦାନ କରାଯାଇଛି । ଏହି ପେଟେଣ୍ଟ ୨୦ ବର୍ଷ ପାଇଁ ବୈଧ ହୋଇଥିବା ବେଳେ ଆୟୁଷ୍ମାନ୍‍ ଏବେ ନାବାଳକ ଥିବାରୁ ଏହି ପେଟେଣ୍ଟଟି ତାଙ୍କ ପିତାଙ୍କ ନାମରେ ପ୍ରଦାନ କରାଯାଇଛି । କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆୟୁଷ୍ମାନଙ୍କ ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ୍‍ ଅଭିନନ୍ଦନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.