ଦିନିକିଆ ସିରିଜ୍‌ରୁ ବାହାରିଲେ ଶ୍ରେୟସ୍‌ ଆୟର, ଆଇପିଏଲ୍‌ରୁ ବାଦ୍‌ ପଡ଼ିବା ନେଇ ବଢ଼ିଲା ଆଶଙ୍କା

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଆଘାତପ୍ରାପ୍ତ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ୍‌ ଆୟରଙ୍କୁ ସିରିଜ୍‌ରୁ ବାହାର କରି ଦିଆଯାଇଛି। ଅର୍ଥାତ୍‌ ଆୟର ଆସନ୍ତା ୨୬ ଏବଂ ୨୮ ମାର୍ଚ୍ଚରେ ହେବାକୁ ଥିବା ସିରିଜ୍‌ର ବାକି ଦୁଇଟି ମ୍ୟାଚ୍‌ ଖେଳିପାରିବେ ନାହିଁ। ତେବେ ଆୟର ନିଜ କାନ୍ଧର ସର୍ଜରୀ କରାଇ ପାରନ୍ତି। ଯାହାଫଳରେ କି ଆଇପିଏଲ୍‌ର ୧୪ଶ ସିଜନରୁ ବି ସେ ବାଦ୍‌ ପଡ଼ିବା ନେଇ ଆଶଙ୍କା ବଢ଼ିଯାଇଛି।

ସୂଚନାଥାଉ କି, ମ୍ୟାଚ୍‌ ଚାଲିଥିବା ବେଳେ ଆୟର ଗୁରୁତର ଆଘାତ ପାଇଥିଲେ। ଇଂଲଣ୍ଡର ବ୍ୟାଟିଂ ସମୟରେ ବଲ୍‌ ରୋକିବା ପ୍ରୟାସରେ ଡ୍ରାଇଭ୍‌ ମାରିବାରୁ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ବିସିସିଆଇ ଅପଡେଟ୍‌ ମୁତାବକ, ୮ ଓଭରରେ କାନ୍ଧରେ ଆଘାତ ଲାଗିବା ପରେ ଆୟର ଆଗକୁ ଆଉ ଫିଲ୍ଡିଂ କରି ନ ଥିଲେ। ଏହାପରେ ତାଙ୍କୁ ସ୍କାନିଂ ପାଇଁ ନିଆଯାଇଥିଲା। ତେବେ ଆୟରଙ୍କ ଅନୁପସ୍ଥିତିରେ ସିନିୟର ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଆଇପିଏଲ୍‌ର ୧୪ଶ ସିଜନରେ ଦିଲ୍ଲୀ ଫ୍ରାଞ୍ଚାଇଜିର ମଙ୍ଗ ସମ୍ଭାଳି ପାରନ୍ତି ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.