କେନ୍ୟୁଜ୍(ବ୍ୟୁରୋ): ହୋଲ୍ଡିଂ ଟିକସ ନଦେଲେ ସିଲ୍ ହେବ ଘର । ହୋଲ୍ଡିଂ ଟିକସ ନ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ଏନେଇ ସବୁ ZDCଙ୍କୁ ଚିଠି ଲେଖିଛନ୍ତି BMC ଡେପୁଟି କମିଶନର। ହୋଲ୍ଡିଂ ଟିକସ ନ ଦେଲେ ଘର ଓ ଦୋକାନ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ BMC ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ରାଜସ୍ୱ କ୍ଷତି ରୋକିବାକୁ ଶୀଘ୍ର ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଟ୍ୟାକ୍ସ ଖିଲାପକାରୀଙ୍କ ବାବଦରେ ଓ୍ଵାର୍ଡ ଅଫିସର ZDCଙ୍କୁ ଜଣାଇବେ। ଟ୍ୟାକ୍ସ ଖିଲାପକାରୀଙ୍କ ବିରୋଧରେ ସାର୍ଟିଫିକେଟ କେସ୍ ହେବ। OPDR ଆକ୍ଟ ୧୯୬୨ ଅନୁସାରେ ସାର୍ଟିଫିକେଟ କେସ୍ କରାଯିବ।