Below header

ବ୍ରହ୍ମପୁର: ପୂର୍ବ ଶତୃତାରୁ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ,ଗୁରୁତର ଅବସ୍ଥାରେ ଏମ୍‌କେସିଜି ଭର୍ତ୍ତି

ବ୍ରହ୍ମପୁର(କେନ୍ୟୁଜ୍):  ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ବ୍ରହ୍ମପୁର ଉପକଣ୍ଠ ବନ୍ଥପଲ୍ଲୀ ଗାଁରେ ଯୁବକଙ୍କୁ ଆକ୍ରମଣ ହୋଇଛି। ଯୁବକ ଜଣକ ବନ୍ଥପଲ୍ଲୀ ଗାଁ ବାଲିସାହିର ପଞ୍ଚୁ ଭୂୟାଁ। ୭ରୁ ୮ଜଣ ଦୁର୍ବୃତ୍ତ ରାସ୍ତା ଉପରେ ପଞ୍ଚୁଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଆଜି ସକାଳେ ନାଳକୁ ଗାଧୋଇବାକୁ ଯାଇଥିବାବେଳେ ତାଙ୍କୁ ଆକ୍ରମଣ ହୋଇଥିଲା।

ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଦିଗପହଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଚି। ପୂର୍ବ ଶତୃତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.