ଧୋନି କଣ ସନ୍ନ୍ୟାସୀ ହୋଇଗଲେ କି ? ବୌଦ୍ଧ ଭୀକ୍ଷୁ ବେଶରେ ମାହି, ଭାଇରାଲ ହେଉଛି ଏହି ଫଟୋ

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ର ୧୪ଶ ସିଜନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ସୋସିଆଲ ମିଡିଆରେ ଧୋନୀଙ୍କର ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ଫଟୋ କୌଣସି ବିଜ୍ଞାପନ ଶୁଟିଂର ବୋଲି ଜଣାପଡ଼ୁଛି। ଏଥିରେ ଧୋନୀ ଲଣ୍ଡା ହୋଇଥିବା ବେଳେ ବୌଦ୍ଧ ଭୀକ୍ଷୁ ଭଳି କପଡ଼ା ପିନ୍ଧିଛନ୍ତି। ସେ କୌଣସି ଜଙ୍ଗଲରେ ବସିଥିବାର ଦେଖିବାକୁ ମିଳୁଛନ୍ତି।

ଷ୍ଟାର୍‌ ସ୍ପୋର୍ଟସ୍‌ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ ଏ ସମ୍ବନ୍ଧିତ ୯ ସେକେଣ୍ଡର ଏକ ପ୍ରୋମୋ ବି ଶେୟାର କରିଛି। ଧୋନୀ ଏହି ପ୍ରୋମୋରେ କହୁଛନ୍ତି କି, ‘କ’ଣ ଏହି ଅବତାର ପଛର ମନ୍ତ୍ର, ଖୁବ୍‌ଶୀଘ୍ର ଜଣାପଡ଼ିବ’। ଧୋନୀଙ୍କ ଟିମ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲ୍‌ ୨୦୨୧ର ପ୍ରସ୍ତୁତିରେ ଜୋରଦାର ଲାଗିପଡ଼ିଛି। ୧୦ ଏପ୍ରିଲରେ ଚେନ୍ନାଇ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ନିଜର ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବ।

ସୂଚନାଥାଉ କି, ୧୫ ଅଗଷ୍ଟ ୨୦୨୦ରେ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପରକିଙ୍ଗ୍ସ ୩ ଥର ଆଇପିଏଲ୍‌ ଟାଇଟଲ ଜିତିଛି।

You might also like