HCL ରେ ଖାଲିପଡିଛି ବିଭିନ୍ନ ପଦବୀ, ଦରମା ମାସିକ ୪୫ଟଙ୍କାରୁ ଉର୍ଦ୍ଧ୍ବ

ହିନ୍ଦୁସ୍ତାନ କପର ଲିମିଟେଡ୍ (HCL)ରେ ଖାଲିପଡିଛି ବିଭିନ୍ନ ପଦବୀ। ଏଥିପାଇଁ ଅଫିସିଆଲ ୱେବସାଇଟରେ ନୋଟିଫିକେସନ ଜାରି କରାଯାଇଛି। ଏଠାରେ ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ଆବେଦନପତ୍ର ଗ୍ରହଣ କରୁଛି। ଏହା ଜରିଆରେ ମାଇନିଂ ଗେଟ ଏବଂ ଆସିଷ୍ଟାଣ୍ଟ ଫୋରମ୍ଯାନ ପଦବୀରେ ୨୬ଟି ପଦବୀ ଖାଲି ପଡିଛି। ଏଥିପାଇଁ ଆପଣ ଅଫଲାଇନ ଆବେଦନ କରିପାରିବେ।

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ମାର୍ଚ୍ଚ ୫, ୨୦୨୧ ଆରମ୍ଭ ହୋଇଥିବା ବେଳେ ଆବେଦନ ଜମା କରିବାର ଶେଷ ତାରିଖ ୫ ଏପ୍ରିଲ, ୨୦୨୧ ରହିଛି।

ଆବେଦନ ଶୁଳ୍କ: ସାଧାରଣ ବର୍ଗ/ଓବିସି/ EWS ବର୍ଗ ପ୍ରାର୍ଥୀ ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ନିର୍ଦ୍ଧାରିତ କରାଯାଇଛି। ଅନୁସୂଚିତ ଜାତି ଏବଂ ଜନଜାତି ପାଇଁ କୌଣସି ଆବେଦନ ଶୁଳ୍କ ନିର୍ଦ୍ଧାରିତ କରାଯାଇନାହିଁ।

ଶିକ୍ଷାଗତ ଯୋଗ୍ଯତା: ଏଥିପାଇଁ ଦଶମ ପାସ୍ କିମ୍ବା ମାଇନିଂ ଇଂଜିନିୟରିଂରେ ଡିପ୍ଲୋମା କରିଥିବା ଆବେଶ୍ଯକ।

ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୫ ବର୍ଷ ହୋଇଥିବା ଆବଶ୍ଯକ। ସେହିଭଳି ଅନୁସୂଚିତ ଜାତି ଓ ଜନଜାତି ପାଇଁ ୫ ବର୍ଷ ଏବଂ ଓବିସି ପାଇଁ ୩ ବର୍ଷ ରିହାତି ମିଳିବ।

govt of india
Image Credit: jobsdeer

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଟ୍ରେଡ ଟେଷ୍ଟ ଆଧାରରେ କରାଯିବ। ରିଟର୍ନ ପରୀକ୍ଷା ପାସ୍ ହେବା ପରେ ପ୍ରାର୍ଥୀଙ୍କୁ ଟ୍ରେଡ ଟେଷ୍ଟ ପାଇଁ ଚୟନ କରାଯିବ।

ଦରମା: ୩୮,୬୭୦-୪୫,୪୦୦ ମାସିକ

ଏମିତି କରନ୍ତୁ ଆବେଦନ: ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ ଫର୍ମ ଡାଉନଲୋଡ କରନ୍ତୁ। ଆବେଦନ ଫର୍ମ ଠିକ୍ ଭାବେ ଭରି ଜରୁରୀ ଦସ୍ତାବିଜ ସହିତ ଆଟାଚ କରନ୍ତୁ। ଏହା ପରେ ନିମ୍ନୋକ୍ତ ଠିକଣାରେ ପଠାଇଦିଅନ୍ତୁ।

ଠିକଣା : AGM (Administration)-HR Hindustan Copper Limited Malanjkhand Copper Project Tehsil: Birsa P.O- Malanjkhand District-Balaghat Madhya Pradesh-481116

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://hindustancopper.com/HindiPage/Career_new

https://hindustancopper.com/Upload/Notice/0-637505640603105000-NoticeFILE.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.