ଦେବାଶିଷ ଓ ସୁଶ୍ରୀଙ୍କୁ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍‌ କ୍ରିକେଟର୍‌ ଅଫ୍‌ ଦ ଇୟର ପୁରସ୍କାର ପ୍ରଦାନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ୨୦୧୯-୨୦ ବର୍ଷ ପାଇଁ ଆଜି ପ୍ରଦାନ କରାଯାଇଛିୁ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍‌ କ୍ରିକେଟର୍‌ ଅଫ୍‌ ଦ ଇୟର ପୁରସ୍କାର । ପୁରୁଷ ବର୍ଗରେ ଦେବଶିଷ ସାମନ୍ତରାୟ ଏବଂ ମହିଳା ବର୍ଗରେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଆଜି ଭୁବନେଶ୍ୱର ଠାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ରାଜ୍ୟର ଜଣାଶୁଣା ତଥା ପୁରାତନ କ୍ରୀଡ଼ା ଅନୁଷ୍ଠାନ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ ତରଫରୁ ୧୯୯୨-୯୩ରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ପ୍ରଥମେ କେବଳ ପୁରୁଷ ବର୍ଗରେ ଏବଂ ପରେ ମହିଳା ବର୍ଗରେ ଏହି ପୁରସ୍କାର ଦିଆଯାଇ ଆସୁଛି । ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍‌ୁ ଏଥିପାଇଁ ମନୋନୀତ କରାଯାଇଥାଏ । ମନୋନୟନରେ ସ୍ୱଚ୍ଛତା ରକ୍ଷା ପାଇଁ କ୍ଲବ୍‌ ତରଫରୁ ରାଜ୍ୟର ବରିଷ୍ଠ କ୍ରୀଡ଼ା ସାମ୍ବାଦିକମାନଙ୍କୁ ନେଇ ଏକ କମିଟି ଗଠନ ହୁଏ । ଏହି କମିଟି ସଂପୃକ୍ତ ଖେଳାଳିଙ୍କୁ ମନୋନୀତ କରିଥାନ୍ତି ।

SAHID SPORTING-2

ଦେବାଶିଷ ଗତ ସିଜିନ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରି ରଣଜୀ ଟ୍ରଫିରେ ୮ଟି ମ୍ୟାଚ୍‌ ଖେଳିଥିଲେ । ସେ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସହିତ ୫୩୫ ରନ୍‌ ସ୍କୋର କରିଥିଲେ । ଅନ୍ୟପକ୍ଷରେ ସୁଶ୍ରୀ ୫୦ ଓଭର ବିଶିଷ୍ଟ ଜାତୀୟ ପ୍ରତିଯୋଗିତାରେ ୨୦୪ ରନ୍‌ ସ୍କୋର କରିବା ସହିତ ୧୬ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଆହୁରି ମଧ୍ୟ ସିନିୟରି ମହିଳା ଟି-୨୦ ଚ୍ୟାଲେଞ୍ଜର ସିରିଜ୍‌ରେ ଖେଳି ୭ଟି ଓ୍ଵିକେଟ୍‌ ନେଇଥିଲେ । ବେଶ୍‌ କିଛି ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟ ଖେଳି ସଫଳ ହୋଇଥିଲେ ସୁଶ୍ରୀ । ଦେବାଶିଷ ପ୍ରଥମଥର ଏହି ପୁରସ୍କାର ପାଇଥିବା ବେଳେ ସୁଶ୍ରୀ ଦ୍ୱିତୀୟ ଥର ଏହି ପୁରସ୍କାର ଲାଭ କରିଛନ୍ତି । ଉଭୟଙ୍କୁ ୩୧ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଆଜିର ଏହି ପୁରସ୍କାର ପ୍ରଦାନ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ମାରୁତି ଇଷ୍ଟେଟ୍‌ର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ସହିଦ ସ୍ପୋର୍ଟିଂ ସମ୍ପାଦକ ପଙ୍କଜ ପଟ୍ଟନାୟକ, କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତିି ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.