Below header

ଭିନ୍ନ ଏ ଦମ୍ପତି ଭିନ୍ନ ସେମାନଙ୍କ ପ୍ରେମ, ପଢ଼ନ୍ତୁ ଏହି ଦମ୍ପତିଙ୍କ ନିଆରା ପ୍ରେମ କାହାଣୀ

ରେଢ଼ାଖୋଲ (କେନ୍ୟୁଜ) : ଭିନ୍ନ ଜଣେ ପ୍ରେମ ପକ୍ଷୀ। ଭିନ୍ନ ସେମାନଙ୍କ ପ୍ରେମ। ଭିନ୍ନ ସେମାନଙ୍କ ସାଂସାରିକ ଜୀବନ। ଯୌବନରେ କଳାର ପ୍ରେମରେ ପଡ଼ି ପ୍ରେମ ବିବାହ କରିଥିଲେ। ବିବାହ ପରେ ସଂସାର ନଗଢ଼ି ପୂଜା ଦୁନିଆକୁ କରିଛନ୍ତି ପରିବାର। ଆଉ ତା’ପରେ ନିଜର କର୍ତ୍ତବ୍ୟ କରିବାକୁ ଯାଇ ମୁହଁରେ ରଙ୍ଗ ମାଖି ଢ଼ୋଲ ବଜାଇ ଗୀତ ଗାଇ ଗାଇ ବାଣ୍ଟି ଚାଲିଛନ୍ତି ସଚେତନତାର ବାର୍ତ୍ତା। ଏମିତି ଏକ ଭିନ୍ନ ପ୍ରେମ ପକ୍ଷୀ ହେଉଛନ୍ତି ହରେକୃଷ୍ଣ ବାଘ ଓ ତାଙ୍କ ପତ୍ନୀ ପୂର୍ଣ୍ଣବାସୀ ବାଘ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗାଁର ହରେକୃଷ୍ଣ ବାଘ ପେଶାରେ ଜଣେ କଳାକାର। ସେ ଗିତିନାଟ୍ୟରେ ଅଭିନୟ କରିବା ସହିତ ଦଣ୍ଡନାଚରେ ନାଚୁଥିଲେ। ସେହି ସମୟରେ ତାଙ୍କର ଦେଖା ହୋଇଥିଲା ପୂର୍ଣ୍ଣବାସୀ ବାଘଙ୍କ ସହିତ। ସେ ମଧ୍ୟ ଜଣେ କଳାକାର। ପ୍ରଥମ ଦେଖାରେ ଉଭୟ ପରସ୍ପରକୁ ଭଲ ପାଇଥିଲେ। ତା’ପରେ ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ବିବାହ ପରେ ସଂସାର ଗଢ଼ିବା ପରିବର୍ତ୍ତେ ସ୍ୱାମୀ-ସ୍ତ୍ରୀ ସମାଜକୁ ସଜାଡ଼ିବାରେ ଲାଗି ପଡ଼ିଛନ୍ତି। ଗାଁକୁ ଗାଁ ବୁଲି ଦେଉଛନ୍ତି ସଚେତନତାର ବାର୍ତ୍ତା। ସିଏ ସରକାରଙ୍କ ଜନମଙ୍ଗଳ ଯୋଜନା ହେଉ ବା ଜଙ୍ଗଲରେ ଲାଗିଥିବା ନିଆଁ। ମୁହଁରେ ରଙ୍ଗ ମାଖି ଢ଼ୋଲ ବଜାଇ ସ୍ୱାମୀ-ସ୍ତ୍ରୀ ନାଚି ନାଚି ଗୀତ ଗାଇ ସଚେତନତା କରୁଛନ୍ତି।

ହରେକୃଷ୍ଣ ଓ ପୂର୍ଣ୍ଣବାସୀ ମହାମାରୀ କରୋନା ସମୟରେ ଲୋକଙ୍କୁ କରୋନା ବିଷୟରେ ସଚେତନତା କରିଥିଲେ। ସଡ଼କ ସୁରକ୍ଷା ସପ୍ତାହ, ସ୍ୱଚ୍ଛଭାରତ ଅଭିଜାନ ସମେତ ସବୁ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି। ଏଥିପାଇଁ କାହାଠାରୁ ଟଙ୍କାଟିଏ ନେଉ ନାହାନ୍ତି ଏହି ଦମ୍ପତି। ଦୀର୍ଘ ୪୦ ବର୍ଷ ଧରି ଏମିତି ଭାବେ ବିତିଗଲାଣି ଜୀବନ।

ଯେଉଁଠି ରାତି ହୁଏ, ସେହିଠାରେ ରହିଯାଉଛନ୍ତି। ଯିଏ ଯାହା ଖାଇବାକୁ ଦେଲା ତାକୁ ଖାଇ ରାତିରେ ସେଠାରେ ଶୋଇ ପଡ଼ୁଛନ୍ତି। ବର୍ତ୍ତମାନ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଯାଉଥିବା କାରଣରୁ ଲୋକଙ୍କୁ ସଚେତନ କରିବାକୁ ଏମାନେ ରେଢ଼ାଖୋଲ ଆସିଛନ୍ତି। ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଲୋକମାନଙ୍କୁ ନିବେଦନ କରୁଛନ୍ତି। ହରେକୃଷ୍ଣ ବାଘ କହିଛନ୍ତି ସେ ଜଣେ କଳାକାର। ତେଣୁ ସେ ତାଙ୍କର କର୍ତ୍ତବ୍ୟ କରୁଛନ୍ତି। ୬୦ ବର୍ଷ ବୟସରେ ମୁଁ ଗାଁକୁ ଗାଁ ବୁଲି ଜଙ୍ଗଲରେ ନିଆଁ ନଲଗାଇବାକୁ ସଚେତନ କରୁଛନ୍ତି ହରେକୃଷ୍ଣ ଏବଂ ପୂର୍ଣ୍ଣବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.