ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆରେ ଖାଲି ପଡ଼ିଛି ଅନେକ ପଦବୀ, ଗ୍ରାଜୁଏସନ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଗ୍ରାଜୁଏସନ୍‌ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଜିଆଇସି)ରେ ଖାଲି ପଡ଼ିଛି ବିଭିନ୍ନ ପଦପଦବୀ। ଜାରି କରାଯାଇଥିବା ନୋଟିଫିକେସନ୍‌ ମୁତାବକ ଏହି ନିଯୁକ୍ତି ମୋଟ୍‌ ୪୪ଟି ପଦ ପାଇଁ ହେବ। ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଏହି ପଦ ପାଇଁ ଆବେଦନ ୧୧ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇଛି। ରେଜିଷ୍ଟ୍ରେସନ୍‌ର ଶେଷ ତାରିଖ ୨୯ ମାର୍ଚ୍ଚ ୨୦୨୧ ରହିଛି। ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ୦୯ ମେ ୨୦୨୧ରେ ହେବ। ଆବେଦନ ସମ୍ପୂର୍ଣ୍ଣ ହେବା ପରେ ପ୍ରାର୍ଥୀଙ୍କ ପାଇଁ ଆଡମିଟ୍‌ କାର୍ଡ ଜାରି କରାଯିବ। ଏହି ପଦ ପାଇଁ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ ହୋଇଥିବା ଆବଶ୍ୟକ। ଗ୍ରାଜୁଏସନ୍‌ରେ ସେ ୬୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ। ଏସ୍‌ଏସି/ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ଏହି ଅଙ୍କ ୫୫ ପ୍ରତିଶତ ରହିଛି। ଏଥିପାଇଁ ବୟସ ସୀମା ୨୧ରୁ ୩୦ ବର୍ଷ ରହିଛି।

ଏଥିପାଇଁ ସାଧାରଣ ବର୍ଗ ଓ ଓବିସିଙ୍କ ପାଇଁ ଆବେଦନ ଶୁଳ୍କ ୮୫୦ ଥିବା ବେଳେ ଏସ୍‌ସି ଓ ଏସ୍‌ଟିଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏଥିସହ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ଆବେଦନ ଶୁଳ୍କ ଶୂନ ରହିଛି। ଏହି ପଦ ପାଇଁ ଆବେଦନ କରିବାକୁ ଜେନେରାଲ ଇନ୍ସ୍ୟୁରାନ୍ସ ଅଫ୍‌ ଇଣ୍ଡିଆର ଅଫିସିଆଲ ୱେବ୍‌ସାଇଟ୍‌ https://www.gicofindia.com/en/career-en କୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.