Below header

ଏବେ ବି ଟଳି ନାହିଁ ବିପଦ, ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ: ନବୀନ

କେନ୍ୟୁଜ୍(ବ୍ୟୁରୋ):  କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ। କୋଭିଡ ନିୟନ୍ତ୍ରଣରେ ଓଡ଼ିଶା ଭଲ ସ୍ଥିତିରେ ରହିଛି। ଆମର ପଦକ୍ଷେପକୁ WHO ମଧ୍ୟ ପ୍ରଶଂସା କରିଛି। ଏବେ ଆମର ଦୈନିକ ସଂକ୍ରମଣ ଶହେ ତଳେ ରହୁଛି। ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ବି ବିପଦ ଟଳି ନଥିବାରୁ ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ ନୁହେଁ ବୋଲି ସେ କହିଛନ୍ତି। ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଏବେ ସ୍ଥିତି ବିଗିଡ଼ିବାରେ ଲାଗିଛି। ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍‌ଡାଉନ ପୁଣି ଫେରିଛି। ଲକ୍‌ଡାଉନ ସମୟରେ କଷ୍ଟ ଏବେ ବି ତାଜା ଅଛି ବୋଲି କହିଛନ୍ତି ନବୀନ। ଆମ ଅର୍ଥନୀତି, ସାମାଜିକ ଜୀବନ, ପିଲାଙ୍କ ପାଠ ପଢା କ୍ଷେତ୍ରକୁ ଏହା ଗଭୀର ଭାବେ ପ୍ରଭାବିତ କରିଛି।


ରାଜ୍ୟବାସୀଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱାଭାବିକ ଅବସ୍ଥାକୁ ଫେରିଛି। ଆଉ ଲକ୍‌ଡାଉନକୁ ନଫେରିବାର ଗୋଟିଏ ଉପାୟ ସତର୍କତା ବୋଲି ସେ କହିଛନ୍ତି। ସତର୍କ ରହିଲେ ଲକ୍‌ଡାଉନ ଭଳି ସ୍ଥିତି ଉପୁଜିବ ନାହିଁ। ଏହାସହ ପୂର୍ବଭଳି ସମସ୍ତେ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାସ୍କକୁ ଠିକ୍‌ ଭାବେ ପିନ୍ଧି ପାଟି ଓ ନାକକୁ ଘୋଡ଼ାଇ ରଖିବାକୁ ସେ ଅନୁରୋଧ କରିଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ଓ ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି ନକରିବାକୁ ସେ ପରାମର୍ଶ ଦେଇଛନ୍ତି। କରୋନା ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ ତଦାରଖ କରିବାକୁ ସେ ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ଟିକାକରଣ ରାଜ୍ୟରେ ସଫଳ ଭାବେ ଚାଲିଛି। ଏଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.