Below header

ଆଜି ବନାନ୍ତୁ କ୍ରିସପି ବ୍ରେଡ ବଲ୍ସ, ଚା ସହିତ ଏହାର ମଜା ଅଲଗା ପ୍ରକାର

ଓ୍ଵିକେଣ୍ଡ ଆସିସାରିଛି ଏବଂ ସମସ୍ତେ ଘରେ ବସି ଚାର ଚୁସକିର ମଜା ନେଇ ଆରାମ କରିବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ଚାର ମଜା ସେତେବେଳେ ମିଳିବ ଯେତେବେଳେ ଚା ସହିତ କିଛି ଚଟପଟା ସ୍ନାକ୍ସ ଥିବ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ କ୍ରିସପି ବ୍ରେଡ ବଲ୍ସ ରେସିପି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୮ ସ୍ଲାଇସ୍ ବ୍ରେଡ
  • ୩ ସିଝା ଆଳୁ ଚକଟା ହୋଇଥିବା
  • ଅଧା ଚାମଚ୍ ଅଦା ପେଷ୍ଟ
  • ଅଧା ଚାମଚ ହଳଦି ପାଉଡର
  • ଅଧା ଚାମଚ୍ ଧନିଆ ପାଉଡର
  • ଅଧା ଚାମଚ ଗରମ ମସଲା ପାଉଡର
  • ୧/୪ ଚାମଚ ଜୁଆଣୀ
  • ୨ ଚାମଚ ପୋଦିନା ପତ୍ର କଟା ହୋଇଥିବା
  • ଲୁଣ ସ୍ୱାଦାନୁସାରେ
  • ଅଳ୍ପ ବ୍ରେଡ୍ ଗୁଣ୍ଡ
  • ତେଲ ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡକୁ ଛାଡି ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ।
ବ୍ରେଡକୁ ପାଣିରେ ବୁଡାଇ ତୁରନ୍ତ ବାହାର କରି ଏକ୍ସଟ୍ରା ପାଣ ଚିପୁଡି ଦିଅନ୍ତୁ।
ଏହାପରେ ଏଥିରେ ଆଳୁର ମିଶ୍ରଣକୁ ଭରି ବଲ୍ ଭଳି ସେପ୍ ଦିଅନ୍ତୁ।
ଗରମ ତେଲରେ ଏହାକୁ ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.