କଟକରେ ଚାଞ୍ଚଲ୍ୟ: ବିଡାନାସୀ କୃଷକ ବଜାର ପାଣିଟାଙ୍କି ନିକଟରେ ପଡିଛି ଯୁବତୀଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
କଟକ(କେନ୍ୟୁଜ୍): କଟକରେ ଚାଞ୍ଚଲ୍ୟ। ବିଡାନାସୀ କୃଷକ ବଜାର ପାଣିଟାଙ୍କି ତଳେ ପଡିଛି ଯୁବତୀଙ୍କ ମୁତଦେହ। ମୃତ ଯୁବତୀଙ୍କ ପରିଚୟ ଜଣାପଡିନାହିଁ। ପାଣି ଟାଙ୍କି ଉପରୁ ଯୁବତୀଙ୍କ ଚପଲ ଓ ଭ୍ୟାନିଟି ବ୍ୟାଗ୍ ଜବତ ହୋଇଛି। ବ୍ୟାଗ ଭିତରୁ ସୁଇସାଇଡ୍ ନୋଟ୍ ଓ ଏକ କୀଟନାଶକ ବୋତଲ ମଧ୍ୟ ମିଳିଛି।
ତେବେ ସିଏ ଆତ୍ମହତ୍ୟା କରିଛନ୍ତି ନା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ସେନେଇ ତନାଘନା ଜାରି ରହିଛି। ମୃତଦେହ ନିକଟରେ ମଦ ବୋତଲ ପଡିଥିବାରୁ ସନ୍ଦେହ ଆହୁରି ବଢିଛି। ମୃତଦେହ ବ୍ୟବଛେଦ ପରେ ସ୍ପଷ୍ଟ ହେବ ସଂପୂର୍ଣ୍ଣ କାରଣ। ଘଟଣାସ୍ଥଳରେ କଟକ ଡିସିପି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ କରୁଛନ୍ତି।