ଯାଜପୁର: ରେଳ ଧାରଣାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ

ଯାଜପୁର (କେନ୍ୟୁଜ): ରେଳ ଧାରଣାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ। ଯାଜପୁର ଜିଲ୍ଲା ହରିଦାସପୁର – ଧାନମଣ୍ଡଳ ରେଲୱେ ଲାଇନର ଖୋସାଲିପୁର ନିକଟ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡି ରହିଥିବାର ଦେଖିବାକୁ ମିଳିଛି।

ଆଜି ସକାଳୁ ପ୍ରଥମେ ସ୍ଥାନୀୟ ଲୋକେ ରେଳ ଧାରଣରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ଲୋକେ ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଜଣାଇଥିଲେ। ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ଜିଆରପି ପୋଲିସକୁ ଏନେଇ ଅବଗତ କରାଇଛନ୍ତି। ତେବେ ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ଟ୍ରେନରେ କଟି ମୃତ୍ୟୁ ହୋଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ଅଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.