ଢେଙ୍କାନାଳ: କୂଅରୁ ମିଳିଲା ନିଖୋଜ ଶିଶୁ ପୁତ୍ରର ମୃତଦେହ। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁର ୩ ବର୍ଷର ଶିଶୁ ପୁତ୍ର ଗତକାଲି ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ଶିଶୁଟିର ପତ୍ତା ମିଳିନଥିଲା।
ଆଜି ସକାଳେ କୂଅ ଭିତରୁ ମୃତଦେହ ଉଦ୍ଧାର ହୋଇଛି। କେହି ଶିଶୁଟିକୁ ହତ୍ୟା ପରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ତାର ମୁଣ୍ଡରେ ଆଘାତ ଲାଗିଛି। କାରଣ ଜାଣିବା ପାଇଁ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।