ଆଜି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜରେ ହେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜରେ ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁଇ ଦିନିଆ ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ । ଏଥିସହ ତାଙ୍କର ୧୪ ଦିନିଆ ବିଚାର ବିଭାଗୀୟ ହାଜତ ରହଣୀ ଅବଧି ସରୁଛି । ଦୁଇ ଦିନିଆ ରିମାଣ୍ଡରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଝାଳବୁୁହା ଜେରା କରିଛି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ।
ପ୍ରଥମ ଦିନ ଆକାଶ ପାଠକଙ୍କ ସହ ପ୍ରଦୀପଙ୍କୁ ସାମ୍ନାସାମ୍ନି ଜେରା କରାଯାଇଥିଲା । ତଦନ୍ତ ବେଳେ ଜଣାପଡିଛି, ବିଭିନ୍ନ ସମୟରେ ପ୍ରଦୀପଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ ହୋଇଛି । ପରବର୍ତ୍ତୀ ସମୟରେ ସେହି ଟଙ୍କାକୁ ପ୍ରଦୀପ ଆକାଶଙ୍କ ପାଖକୁ ପଠାଇଥିଲେ । କଳା ଟଙ୍କା ଠୁଳ ନେଇ ନୂଆ ଗୁମର ଖୋଲୁଛି କ୍ରାଇମ୍ବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚ ଟିମ୍ ପରେ ଭିଜିଲାନ୍ସ ଟିମ୍ ପହଞ୍ଚି ଖୋଳତାଡ କରୁଛି।