ଶୌଚ ହେବାକୁ ଯାଇ ଫେରିଲେନି ଜଗବନ୍ଧୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗନ୍ଧିଆ ଗ୍ରାମରେ ଏକ ଚିଙ୍ଗୁଡ଼ି ଘେରି ପାର୍ଶ୍ବ ରୁ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଛି । ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ ତେଣୁ ତାଙ୍କୁ କେହି ହତ୍ୟା କରିଥିବା ସେନେଇ ଅଭିଯୋଗ କରିଥିଲେ ପରିବାର ଲୋକେ ।

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗନ୍ଧିଆ ଗ୍ରାମରେ ଏକ ଚିଙ୍ଗୁଡ଼ି ଘେରି ପାର୍ଶ୍ବ ରୁ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଛି । ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ ତେଣୁ ତାଙ୍କୁ କେହି ହତ୍ୟା କରିଥିବା ସେନେଇ ଅଭିଯୋଗ କରିଥିଲେ ପରିବାର ଲୋକେ ।

ଖବର ମୁତାବିକ୍‌ , ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପତା ଗ୍ରାମର ଜଗବନ୍ଧୁ ସ୍ବାଇଁ ଗନ୍ଧିଆ ନିକଟରେ ଜନୈକ ବ୍ୟକ୍ତିଙ୍କ ଚିଙ୍ଗୁଡ଼ି ଘେରିରେ ଶ୍ରମିକ ଭାବରେ କାମ କରୁଥିଲେ, ଚିଙ୍ଗୁଡି ଘେରି ନିକଟରୁ କିଛି ଦୂରରେ ଥିବା ଏକ ଘରେ ତାଙ୍କ ସହିତ ତାଙ୍କ ସ୍ତ୍ରୀ ତାରାମଣି ମଧ୍ୟ ରହନ୍ତି । ଗତକାଲି ସନ୍ଧ୍ୟାରେ ଜଗବନ୍ଧୁ ସ୍ତ୍ରୀ ତାରାମଣି ଙ୍କ ନିକଟରୁ ଗୋଟିଏ ଗାମୁଛା ନେଇ ଶୌଚ ହେବା ପାଇଁ ଯାଇଥିଲେ ହେଲେ ଆଉ ଘରକୁ ଫେରି ନଥିଲେ ।

ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ଯ ଜଗବନ୍ଧୁଙ୍କ କୌଣସି ସନ୍ଧାନ ମିଳି ନଥିଲା । ଆଜି ସକାଳେ ଚିଙ୍ଗୁଡି ଘେରି ନିକଟରେ ଜଗବନ୍ଧୁଙ୍କ କ୍ଷତାକ୍ତ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଚିଙ୍ଗୁଡି ଘେରି ମାଲିକଙ୍କୁ ଖବର ଦେଇଥିଲେ । ତେବେ ଜଗବନ୍ଧୁଙ୍କ ମୃତ୍ୟୁ ର କାରଣ ଜଣା ପଡ଼ିନଥିବା ବେଳେ ତାଙ୍କୁ ହତ୍ୟା କରା ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଖବର ପାଇ ଘଟଣା ସ୍ଥଳରେ ସିଂଲା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ଜଗବନ୍ଧୁଙ୍କୁ ଦେହର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ଅନେକ ସ୍ଥାନ ପୋଡି ଯାଇ ଥିବାରୁ ତାଙ୍କୁ ଏସିଡ ଢାଳି ହତ୍ୟା କରା ଯାଇଥିବା ଅନୁମାନ କରା ଯାଉଛି ।

You might also like