କୋଲକାତାର ବସ୍ତିରେ ଅଗ୍ନିକାଣ୍ଡ, କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

ଶୁକ୍ରବାର ରାତି ପ୍ରାୟ ୮:୨୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା ଏବଂ ଅଧ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା । ସେ କହିଛନ୍ତି ଯେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଅଧିକାରୀଙ୍କ ଅନୁଯାୟୀ କାହିଁକି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ଶୁକ୍ରବାର ସନ୍ଧ୍ୟାରେ ଉତ୍ତର କୋଲକାତାର କଙ୍କୁରଗାଛି ଅଞ୍ଚଳରେ ଥିବା ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ତେବେ ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପୋଲିସ କହିବା ଅନୁଯାଇ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳକୁ ପାଞ୍ଚଟି ଅଗ୍ନି ଟେଣ୍ଡର ପଠାଯାଇଥିବା । ଯାହାଫଳରେ ସେଠାରେ କୌଣସି ଲୋକଙ୍କର କୌଣସି ପ୍ରକାରର କ୍ଷତି ହୋଇନାହିଁ । ତେବେ ଅଗ୍ନିସମ ବାହିନୀ ବସ୍ତିର ସମସ୍ତ ଲୋକଙ୍କୁ ଉଦ୍ଧାର କରିଛନ୍ତିି ।

ଏହା ବ୍ୟତୀତ ପୋଲିସ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୮:୨୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା ଏବଂ ଅଧ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା । ସେ କହିଛନ୍ତି ଯେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଅଧିକାରୀଙ୍କ ଅନୁଯାୟୀ କାହିଁକି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । କିନ୍ତୁ ବର୍ତ୍ତମାନ ସୂଚନା ଅନୁସାରେ କିଛି ଲୋକ ଏହି ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.