ସୁରଙ୍କ ବିରୋଧରେ ହୋଇପାରେ ଆକ୍ସନ, କଂଗ୍ରେସରୁ ହୋଇପାରନ୍ତି ନିଲମ୍ବିତ

ସୁରଙ୍କ ବିରୋଧରେ ହୋଇପାରେ ଆକ୍ସନ । କଂଗ୍ରେସରୁ ନିଲମ୍ବିତ ହୋଇପାରନ୍ତି ବିଧାୟକ ସୁର ରାଉତରାୟ । ଏନେଇ ଏଆଇସିସି ପକ୍ଷରୁ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଭୁବନେଶ୍ୱର : ସୁରଙ୍କ ବିରୋଧରେ ହୋଇପାରେ ଆକ୍ସନ । କଂଗ୍ରେସରୁ ନିଲମ୍ବିତ ହୋଇପାରନ୍ତି ବିଧାୟକ ସୁର ରାଉତରାୟ । ଏନେଇ ଏଆଇସିସି ପକ୍ଷରୁ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ଓ ସାଂସଦ ପ୍ରାର୍ଥୀ ହେବା ପରେ ସୁରେଶ ରାଉତରାୟଙ୍କ କାର୍ଯ୍ୟକଳାପରେ କଂଗ୍ରେସ କ୍ଷୁବ୍ଧ।

କଂଗ୍ରେସରେ ଥାଇ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିଥିଲେ ସୁରେଶ ରାଉତରାୟ । ଏହାପରେ ତାଙ୍କୁ ଜାରି ହୋଇଥିଲା ସୋ କଜ୍ ନୋଟିସ୍ । ଜବାବରେ ସୁର ଉଲ୍ଲେଖ କରିଥିଲେ, ଭୁବନେଶ୍ବର ଲୋକସଭା ଅଧୀନରେ ଆସୁଥିବା ବିଧାନସଭା କ୍ଷେତ୍ରରେ କଂଗ୍ରେସ ପାଇଁ ପ୍ରଚାର କରିବେନି। ସୁରଙ୍କ ବିରୋଧରେ ଶୃଙ୍ଖଳା କମିଟି ଦେଇଥିବା ରିପୋର୍ଟ ଦିଲ୍ଲୀ ପଠାଯାଇଛି। ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିିଥିଲେ ।

You might also like