ଏଠି ଗାଁ ଅଛି, ହେଲେ ନାହାଁନ୍ତି ଜଣେ ବି ଲୋକ

ଭଲ ରାସ୍ତା, ପିଇବା ପାଣିର ବ୍ୟବସ୍ଥା, ବିଜୁଳି ଆଲୁଅ ଭଳି ସମସ୍ତ ସୁବିଧା ରହିଛି । ହେଲେ ଏସବୁକୁ ବ୍ୟବହାର କରିବାକୁ, କୌଣସି ଲୋକ ନାହାଁନ୍ତି । କାହା ଘର ତାଲା ପଡିଛି ତ’ , ଆଉ କାହାର ଘର ଭାଙ୍ଗିରୁଜି ଗଲାଣି । ଗଛରେ ଫୁଲ ଓ ଫଳ , ସେମିତି ଝଡି ପଡୁଛି । ତାହା ତୋଳିବାକୁ କେହି ନାହାନ୍ତି ।

ଭଞ୍ଜନଗର (କେନ୍ୟୁଜ) : ଆଗକୁ ନିର୍ବାଚନ । ଏବେଠୁ ଚଳଚଞ୍ଚଳ, ନେତା ଓ ଜନତା । ଗାଁ ଠୁ ସହର, ସବୁଠି ରାଜନୀତିର ଚର୍ଚ୍ଚା । ଲୋକଙ୍କ ଦୁଆରେ, ନେତା । ଭୋଟ ପାଇଁ , ନିଜ ସପକ୍ଷରେ ଭୋଟରଙ୍କୁ ମନାଉଛନ୍ତି । ଏଭଳି ନିର୍ବାଚନୀ କୋଳାହଳ ଭିତରେ, ଏମିତି ଏକ ଗାଁ ର କଥା ଆମେ ଆପଣଙ୍କୁ ଦେଖାଇବୁ, ଯାହା ଆପଣଙ୍କୁ ଘଡ଼ିଏ ଭାବିବା ପାଇଁ ବାଧ୍ୟକରିଦେବ ।

ହଁ ଆଜ୍ଞା ଏଠି ଗାଁ ଅଛି, ହେଲେ ଲୋକ ନାହାଁନ୍ତି । ଭଲ ରାସ୍ତା, ପିଇବା ପାଣିର ବ୍ୟବସ୍ଥା, ବିଜୁଳି ଆଲୁଅ ଭଳି ସମସ୍ତ ସୁବିଧା ରହିଛି । ହେଲେ ଏସବୁକୁ ବ୍ୟବହାର କରିବାକୁ, କୌଣସି ଲୋକ ନାହାଁନ୍ତି । କାହା ଘର ତାଲା ପଡିଛି ତ’ , ଆଉ କାହାର ଘର ଭାଙ୍ଗିରୁଜି ଗଲାଣି । ଗଛରେ ଫୁଲ ଓ ଫଳ , ସେମିତି ଝଡି ପଡୁଛି । ତାହା ତୋଳିବାକୁ କେହି ନାହାନ୍ତି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବେଣିପଲ୍ଲୀ ପଞ୍ଚାୟତର ଏକ ରାଜସ୍ୱ ଗ୍ରାମ । କୁହାଯାଏ, ପ୍ରାୟ ଶହେ ବର୍ଷର ଏହି ଗାଁ । ଏବେ ଏହି ଗାଁରେ, କେହି ଲୋକ ନାହାଁନ୍ତି । ଯାହାକି ଆସନ୍ତା ନିର୍ବାଚନ ପାଇଁ, ନେତା ଓ ପ୍ରାର୍ଥୀଙ୍କୁ ନିରାଶ ହେବାକୁ ପଡିବ । ଗାଁ ରେ ନା’ ପ୍ରଚାର-ଗାଡି ବୁଲିବ, ନା’ ଭୋଟରଙ୍କୁ ନେତାଙ୍କ ପ୍ରତିଶୃତି ମିଳିବ ?

ପ୍ରାୟ ୧୦/୧୨ ଟି ପରିବାରର ୪୦ ରୁ ଉର୍ଦ୍ଧ୍ବ ସଦସ୍ୟ ଏଠାରେ ରହିଆସୁଥିଲେ । ବେଲଗୁଣ୍ଠା ବ୍ଳକ୍ ବେଣିପଲ୍ଲୀ ପଞ୍ଚାୟତର, ୧୦ ନମ୍ବର ଓ୍ବାର୍ଡ ହେଉଛି, ଏହି ଗାଁ । ସେହି ଅନୁସାରେ ଲୋକଙ୍କ ମୈାଳିକ ଆବଶ୍ୟକତା କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା, ପିଇବା ପାଣି ପାଇଁ ସୈାର ଯନ୍ତ୍ର ଚାଳିତ ପାନୀୟ ଜଳର ଯୋଗାଣ, ନଳକୂଅ ଏବଂ ବିଜୁଳି ଆଲୁଅ ଭଳି ବ୍ୟବସ୍ଥା ହୋଇଛି । ଏସବୁ ସତ୍ବେ, ଏଠାକାର ଲୋକେ ଏବେ, ଆଉ ଛତାବର ଗାଁ ରେ ରହିବାକୁ ଇଛା କଲେ ନାହିଁ । ଆଖପାଖ ଗାଁକୁ ସମସ୍ତେ ଚାଲିଗଲେ । ଫଳରେ ଗାଁ ଏବେ ଜନଶୂନ୍ୟ ହୋଇପଡିଛି ।

ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ରହିଛି ଏହି ଗାଁ । ଅତୀତରେ ଯେତେ ବି ନିର୍ବାଚନ ଆସିଛି, ସମସ୍ତ ପ୍ରାର୍ଥୀ ଏହି ଗାଁ କୁ ଆସିଛନ୍ତି । ଗାଁ ରେ ପ୍ରଚାର ଗାଡ଼ି ବୁଲିଛି । ନିଜ ସପକ୍ଷରେ ଭୋଟରଙ୍କୁ ମନାଇଛନ୍ତି ନେତା । ହେଲେ ଏବେ ପରିସ୍ଥିତି ଏମିତି ହୋଇଛି, ନା’ ଏଠାକୁ କୈାଣସି ଦଳର ପ୍ରଚାର ଗାଡ଼ି ଆସିବ, ନା’ ପ୍ରଚାର କରିବାକୁ ନେତା ଆସିବେ । ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ଓ ନେତା ।

ବୋଧହୁଏ, ଛତାବର ଗାଁର ପରିସ୍ଥିତି ଓଡ଼ିଶା ଇତିହାସରେ ପ୍ରଥମ । ଏକଥା ସ୍ପଷ୍ଟ, ଗୋଟିଏ ଗାଁ ଓ ସେଠାକାର ଲୋକଙ୍କ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ଯାହା ଯାହା ହେବାର କଥା , ଆବଶ୍ୟକ ଅନୁଯାୟୀ ତାହା ଏଠାରେ ହୋଇଛି । କେବଳ ଲୋକଙ୍କ ମାନସିକତା ରେ ପରିବର୍ତନ ହୋଇଛି । ଗାଁ ଛାଡି ଆଖପାଖ ଗାଁ ରେ ରହିବାକୁ, ଏଠାକାର ଲୋକେ ପସନ୍ଦ କରିଛନ୍ତି । ଯାହା ଛତାବର ଗାଁ କୁ ଆଜି ଜନଶୂନ୍ୟ ର ପରିଚୟ ଦେଇଛି । କେବଳ ସେତିକି ନୁହେଁ, ଆସନ୍ତା ନିର୍ବାଚନ ପାଇଁ “ନେତା ଙ୍କୁ ନିରାଶ କରିଛି” ଏହି ଛତାବର ଗାଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.