ଫ୍ଲାଇଟ୍‌ରେ ଯାତ୍ରୀଙ୍କୁ ମିଳେ ନାହିଁ ଇଣ୍ଟରନେଟ୍‌, କିନ୍ତୁ କେମିତି କରନ୍ତି କାର୍ଡ ପେମେଣ୍ଟ ?

ଆପଣ କ୍ୟାବିନ କ୍ରୁଙ୍କଠାରୁ ଖାଦ୍ୟ କିମ୍ବା ପାନୀୟ ଜିନିଷ କିଣିବା ସମୟରେ ଆଟେନଡାଣ୍ଟମାନେ ଆପଣଙ୍କର କାର୍ଡରୁ ପେମେଣ୍ଟ ଆକ୍ସେପ୍ଟ କରନ୍ତି । କିନ୍ତୁ ଏହା କିପରି ସମ୍ଭବ ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚିତ ଆସିଥିବ ।

ବିମାନରେ ଟେଲିଫୋନ, ସ୍ମାର୍ଟଫୋନ୍ କିମ୍ବା ଟ୍ୟାବଲେଟରେ ଇଣ୍ଟରନେଟ୍ ଅନ୍‌ କରିବା ପାଇଁ ଅନୁମତି ନଥାଏ । କିନ୍ତୁ ଆପଣ କ୍ୟାବିନ କ୍ରୁଙ୍କଠାରୁ ଖାଦ୍ୟ କିମ୍ବା ପାନୀୟ ଜିନିଷ କିଣିବା ସମୟରେ ଆଟେନଡାଣ୍ଟମାନେ ଆପଣଙ୍କର କାର୍ଡରୁ ପେମେଣ୍ଟ ଆକ୍ସେପ୍ଟ କରନ୍ତି । କିନ୍ତୁ ଏହା କିପରି ସମ୍ଭବ ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚିତ ଆସିଥିବ । ତେବେ ଫ୍ଲାଇଟ୍‌ ଉଡ଼ିବା ସମୟରେ ଯାତ୍ରୀମାନଙ୍କ ଫୋନକୁ ଫ୍ଲାଇଟ୍ ମୋଡରେ ରଖିବାକୁ କୁହାଯାଏ । ସୂଚନା ଥାଉ କି ଇଣ୍ଟରନେଟ୍ ସର୍ଭିସ ବ୍ୟବହାର କରିବା ଦ୍ୱାରା ଫ୍ଲାଇଟ୍‌ ର ନାଭିଗେସନ୍ ସିଷ୍ଟମ ପ୍ରଭାବିତ ହୋଇପାରେ ଯେଉଁଥିପାଇଁ ପାଇଲଟକୁ ରାସ୍ତା ଜଣା ପଡ଼େ ନାହିଁ । ଏଥିପାଇଁ ଇଣ୍ଟରନେଟ୍ ବନ୍ଦ ରଖିବାକୁ କୁହାଯାଇ ଥାଏ । କିନ୍ତୁ ଏହା ପରେ ବି ବିମାନରେ କାର୍ଡ ପେମେଣ୍ଟ କରାଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏ ବିଷୟରେ ଜଣାଇବାକୁ ଯାଉଛୁ ।

ସର୍ଭର କାର୍ଡରେ ଥିବା ସୂଚନା ପେମେଣ୍ଟକୁ ଭେରିଫାଏ କରେ । ଯଦି ପେମେଣ୍ଟ ସଫଳ ହୁଏ, ତେବେ ସର୍ଭର ମେସିନକୁ ଏକ କନର୍ଫମେସନ ମେସେଜ୍‌ ଆସିଥାଏ । ଫ୍ଲାଇଟରେ IFC ଥାଏ ଯାହା ଦ୍ୱାରା ବିମାନରେ ଇଣ୍ଟରନେଟ୍ କନେକ୍ସନର ଅଭାବ ସତ୍ତ୍ୱେ ଏହା ପେମେଣ୍ଟ ଆକ୍ସେପ୍ଟ କରିବା ପାଇଁ ସୁବିଧା ଯୋଗାଇଥାଏ । ଏହା ଟ୍ରାନ୍ଜାକ୍ସନକୁ ଶୀଘ୍ର ଏବଂ ସହଜ କରିଥାଏ । ଏନକ୍ରିପ୍ଟେଡ୍ ଡାଟା ମେସିନରୁ GPRS କିମ୍ବା ଜିଏସ୍ଏମ୍ ଭଳି ସେଲ୍ୟୁଲାର୍ ନେଟୱାର୍କ ମାଧ୍ୟମରେ ପେମେଣ୍ଟକୁ ଏକ ସୁରକ୍ଷିତ ସର୍ଭରକୁ ପଠାଯାଏ । ଆପଣ ନିଜ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡକୁ ମେସିନରେ ସ୍ୱାଇପ୍ କଲେ, ମେସିନ୍ କାର୍ଡରେ ଥିବା ସୂଚନାକୁ ପଢ଼ିଥାଏ ଏବଂ ଏହାକୁ ଏନକ୍ରିପ୍ଟ କରେ ।

ଏୟାର ହୋଷ୍ଟେସମାନଙ୍କ ପାଖରେ ଏକ ପୋର୍ଟେବଲ୍ ପଏଣ୍ଟ ଅଫ୍ ସେଲ୍‌ (POS) ମେସିନ୍ ଥାଏ, ଯାହା ଏକ ସ୍ୱାଇପ୍ ମେସିନ୍ ଭଳି କାମ କରେ । ଏହି ମେସିନ୍ ଇଣ୍ଟରନେଟ୍ ସହିତ କନେକ୍ଟ ହୋଇ ନଥାଏ, କିନ୍ତୁ ଏଥିରେ ପେମେଣ୍ଟ ପ୍ରୋସେସିଙ୍ଗ୍‌ ପାଇଁ ଆବଶ୍ୟକ ସଫ୍ଟୱେର୍ ଏବଂ ଡାଟା ଥାଏ ।

ଅଧିକାଂଶ ବିମାନରେ ଯାତ୍ରୀମାନଙ୍କୁ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇ ନଥାଏ । ଏହାର ଅର୍ଥ ହେଉଛି ସେମାନେ ଅନଲାଇନରେ ପେମେଣ୍ଟ୍ କରିପାରିବେ ନାହିଁ । କିନ୍ତୁ ଏୟାର ହୋଷ୍ଟେସମାନେ ଆପଣଙ୍କର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡରୁ ପେମେଣ୍ଟ ରିସିଭ୍‌ କରିବା ପାଇଁ ଇନ୍-ଫ୍ଲାଇଟ୍ କମର୍ସ (IFC) ନାମକ ଏକ ଖାସ୍‌ ଟେକ୍ନୋଲୋଜି ବ୍ୟବହାର କରନ୍ତି । ଯାହା ଦ୍ୱାରା ଆପଣଙ୍କ ପେମେଣ୍ଟ ସହଜରେ ହୋଇଯାଇ ଥାଏ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.