ଗୋଟେ ପ୍ଲେଟ୍ ପାଓଭାଜି ବଦଳରେ ଚୋରି କରିଥିବା ଆଇଫୋନ୍ ବିକିଦେଲା ଚୋର

ଗୋଆରୁ ଏକ ଏମିତି ଘଟଣା ସାମ୍ମାକୁ ଆସିଛି ଯାହା ଆପଣ ଜାଣିଲେ ଚକିତ ହୋଇଯିବେ । ମଜାଦାରପୂର୍ଣ୍ଣ ଗୋଆ ଯାତ୍ରା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ପାଇଁ ଦୁଃଖରେ ବଦଳିଯାଇଥିଲା, ଯେତେବେଳେ ତାଙ୍କ ଆଇଫୋନ୍ ଟି ଚୋରି ହୋଇଯାଇଥିଲା ।

ଗୋଆ: ଗୋଆରୁ ଏକ ଏମିତି ଘଟଣା ସାମ୍ମାକୁ ଆସିଛି ଯାହା ଆପଣ ଜାଣିଲେ ଚକିତ ହୋଇଯିବେ । ମଜାଦାରପୂର୍ଣ୍ଣ ଗୋଆ ଯାତ୍ରା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ପାଇଁ ଦୁଃଖରେ ବଦଳିଯାଇଥିଲା, ଯେତେବେଳେ ତାଙ୍କ ଆଇଫୋନ୍ ଟି ଚୋରି ହୋଇଯାଇଥିଲା । ଆଉ ଚୋର ଜଣକ ସେହି ଆଇଫୋନ୍ ଟିକୁ ଗୋଟେ ପ୍ଲେଟ୍ ପାଓଭାଜି ବଦଳରେ ବିକ୍ରି କରିଦେଇଥିଲା । ନିକଟରେ ଘଟିଥିବା ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଦିଲ୍ଲୀର ଜଣେ ବ୍ୟକ୍ତି ଯିଏ ପାଗର ମଜା ନେବା ପାଇଁ ଗୋଆ ଯାତ୍ରା କରିଥିଲେ । ଗୋଆରେ ଏକ ହୋଟେଲରେ ପାର୍ଟି କରୁଥିବା ସମୟରେ ତାଙ୍କର ଆଇଫୋନ୍ ଟି ଚୋରି ହୋଇଯାଇଥିଲା । ଏକଥା ଜାଣିବା ପରେ ତାଙ୍କ ଖୁସି ହଠାତ୍ ମଉଳିଯାଇଥିଲା ।

ତେବେ ଆଇଫୋନ୍ ଟିର ଦାମ୍ ପାଖାପାଖି ଦେଢ ଲକ୍ଷ ଟଙ୍କା ଭିତରେ ହୋଇଥିବାବେଳେ, ଚୋରଟି ୧୦୦ ଟଙ୍କାର ଏକ ପାଓଭାଜି ପ୍ଲେଟ୍ ବଦଳରେ ଆଇଫୋନ୍ ଟିକୁ ବିକି ଦେଇଥିବା ଜଣାପଡିଥିଲା । ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଆଇଫୋନ୍ ଚୋରି ହୋଇଥିବା ବ୍ୟକ୍ତିଙ୍କର ଜଣେ ସାଙ୍ଗ ଏନେଇ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ।

ତେବେ ଯାହା କୁହାଯାଇଛି କି, ଚୋରଟି ଖୁବ୍ ନିଶାରେ ଏବଂ ଭୋକରେ ଥିଲା । ତେଣୁ ଆଇଫୋନ୍ ଚୋରି କରିବା ପରେ ସେ ଖାଇବା ପାଇଁ ଏକ ଭୋଜନାଳୟ ଭିତରକୁ ଯାଇ ପାଓଭାଜି ଖାଇଥିଲା । ଏହାପରେ ହୋଟେଲ ମାଲିକ ଯେତେବେଳେ ତାକୁ ଟଙ୍କା ମାଗିଥିଲେ ତ, ତାପାଖରେ ଟଙ୍କା ନଥିବାରୁ ସେ ଆଇଫୋନ୍ ଟି ଦେଇ ଦେଇଥିଲା ।

ଆଉ ହୋଟେଲ ମାଲିକ ଜଣକ ବି ଆଇଫୋନ୍ ଟିକୁ ରଖିଦେଇଥିଲେ । ତେବେ ପ୍ରାୟ ୩୬ ଘଣ୍ଟା ପରେ ଫୋନ୍ ର ପ୍ରକୃତ ମାଲିକ ସହିତ ହୋଟେଲ ମାଲିକର ଯୋଗାଯୋଗ ସମ୍ଭବ ହୋଇଥିଲା ଏବଂ ୬୦ କିଲୋମିଟର ବାଟ ଆସି ହୋଟେଲ ମାଲିକ ଆଇଫୋନ୍ ଟିକୁ ଫେରାଇଥିଲେ । ଏହାପରେ ଯାଇ ସମସ୍ତ ଘଟଣା ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.