ପାଖ ମାଡିବନି ଗରମ, ମାତ୍ର ୧୭୦୦ ଟଙ୍କାରୁ ବି କମରେ କିଣନ୍ତୁ ଏହି ପୋର୍ଟେବଲ ମିନି AC

ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ପାଇଁ ଲୋକେ ଯେମିତି ଡହଳ ବିକଳ ହେଉଛନ୍ତି । ଯେଉଁଥିପାଇଁ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟକୁ ଆପଣାଉଛନ୍ତି । ଏସି, କୁଲର, ପଙ୍ଖାର ବିକ୍ରି ତ ଏବେ ବଢ଼ିବାରେ ଲାଗିଛି । ଅନଲାଇନ୍‌ ଅଫଲାଇନ୍‌ ଇଲେକଟ୍ରୋନିକ କୁଲିଙ୍ଗ ଆଇଟମ୍ସର ସେଲ ମଧ୍ୟ ବଢ଼ିଯାଇଥାଏ ଗରମ ଦିନରେ ।

ଏବେ ଚାରିଆଡେ ଗରମ । ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ପାଇଁ ଲୋକେ ଯେମିତି ଡହଳ ବିକଳ ହେଉଛନ୍ତି । ଯେଉଁଥିପାଇଁ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟକୁ ଆପଣାଉଛନ୍ତି । ଏସି, କୁଲର, ପଙ୍ଖାର ବିକ୍ରି ତ ଏବେ ବଢ଼ିବାରେ ଲାଗିଛି । ଅନଲାଇନ୍‌ ଅଫଲାଇନ୍‌ ଇଲେକଟ୍ରୋନିକ କୁଲିଙ୍ଗ ଆଇଟମ୍ସର ସେଲ ମଧ୍ୟ ବଢ଼ିଯାଇଥାଏ ଗରମ ଦିନରେ । ତେବେ ଯଦି ଆପଣ ବି ଗରମରୁ ରକ୍ଷା ପାଇବା ପାଇଁ କିମ୍ବା ନିଜର କୌଣସି ବନ୍ଧୁ ପରିଜନଙ୍କୁ ଉପହାର ଦେବାକୁ ପୋର୍ଟେବଲ ଏସି, କୁଲର ଏବଂ ଫ୍ୟାନ ଗିଫ୍ଟ କରିବାକୁ ଚାହୁଁଛନ୍ତି ତାହେଲେ ବଢ଼ିଆ ମଉକା ରହିଛି ଆପଣଙ୍କ ପାଇଁ । ଇ-କମର୍ସ େଓ୍ଵବସାଇଟ୍‌ ଆମାଜନରୁ ଆପଣ ସ୍କାଇପ୍‌ ପୋର୍ଟେବଲ ଏସିକୁ ମାତ୍ର ୧୭୦୦ ଟଙ୍କାରେ କିଣିପାରିବେ । ତେବେ ଆସନ୍ତୁ ଜାଣିବା କେମିତି ଏହାକୁ ଆପଣ କିଣିବେ ।

ଆମାଜନରେ ଉପଲବ୍ଧ ଏହି ପୋର୍ଟେବଲ ମିନି ଏସିକୁ ୧୬୯୮ ଟଙ୍କାରେ କିଣିପାରିବେ । ଯଦି ଆପଣଙ୍କ ପାଖରେ ଆମାଜନ୍‌ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ରହିଛି ତାହେଲେ ୫ ପ୍ରତିଶତ ଡିସକାଉଣ୍ଟ ମଧ୍ୟ ଆପଣଙ୍କୁ ମିଳିଯିବ ।

ଯଦି ଫିଚର୍ସ ବିଷୟରେ କଥା ହେବା ତାହେଲେ ଏହି ପୋର୍ଟେବଲ ଡିଭାଇସ ଏକ ଲାଇଟେଓ୍ଵଟ୍‌ ପଙ୍ଖା ଅଟେ । କମ୍ପାନୀର କହିବା କଥା ଯେ ଟ୍ରାଡିସନାଲ ଏୟାର କଣ୍ଡିସନର ତୁଳନାରେ ଏହି ଏସି ଅତି କମରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି ସଞ୍ଚୟ ହୋଇଥାଏ । ଏହି ଏୟାର କଣ୍ଡିସନରରେ ପାଣି ରହିଥାଏ ଏବଂ କୌଣସି ପ୍ରକାର କ୍ଷତିକାରକ କେମିକାଲ ନଥାଏ ।

ଏହି ପୋର୍ଟେବଲ ଏୟାର କଣ୍ଡିସନ ନ୍ୟାଚୁରାଲ ପାଣିରେ ଥଣ୍ଡା ପବନ ଦେଇଥାଏ ଏବଂ ଏକ କୁଲର ଭଳି ବି କାମ କରିଥାଏ । ଏଥିରେ ୩ ଓ୍ଵିଣ୍ଡ ସ୍ପିଡ୍‌ ମୋଡ୍‌ ମିଳିଥାଏ । ହାଇ, ମିଡିୟମ୍‌ ଏବଂ ଲୋ ଲେବଲ ସହିତ ଆପଣ ନିଜ ସୁବିଧା ମୁତାବକ ମୋଡକୁ ଚୟନ କରିପାରିବେ ।
ବିଲ୍ଟ-ଇନ୍‌ କଲରଫୁଲ ଏବଂ ସଫ୍ଟ ଏଲଇଡି ଲାଇଟ୍ସ ମଧ୍ୟ ଏଥିରେ ମିଳିଥାଏ । ଲାଇଟ୍ସ ପାଇଁ ୭ ମୋଡ ମିଳିଥାଏ । ଏଥିରେ ତିନିଟି ପାଓ୍ଵାର ସପ୍ଲାଏ ମୋଡ ରହିଥାଏ । ଆପଣ ଚାହିଁବେ ତ ଏହି ପୋର୍ଟେବଲ ଏସି କୁଲରକୁ ମୋବାଇଲ ଡିଭାଇସର ୟୁଏସବି ପୋର୍ଟ, ଲାପଟପ୍‌ ଆଦିରେ କନେକ୍ଟ କରି ଚଲାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.