ପୁଣି ଚର୍ଚ୍ଚାରେ ସୋନୁ ସୁଦ୍‌, ଡେଲିଭରି ବଏକୁ ନେଇ କହିଲେ ଏମିତି କିଛି…

ବଲିଉଡ ଅଭିନେତା ତଥା ରିଅଲ ଲାଇଫ ହିରୋ ସୋନୁ ସୁଦ ତାଙ୍କର ଭଲ କାମ ପାଇଁ ଲାଇମଲାଇଟରେ ରହିଥାନ୍ତି । କରୋନା ମହାମାରୀ ସମୟରେ ସେ ଗରିବ ଏବଂ ଶ୍ରମିକମାନଙ୍କୁ ସାହାଯ୍ୟ କରିଥିଲେ, ଯେଉଁଥିପାଇ ସେ ଅନେକ ଲୋକଙ୍କର ଭଲ ପାଇବା ସାଉଁଟିଥିଲେ ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ସୋନୁ ସୁଦ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବଲିଉଡ ଅଭିନେତା ତଥା ରିଅଲ ଲାଇଫ ହିରୋ ସୋନୁ ସୁଦ ତାଙ୍କର ଭଲ କାମ ପାଇଁ ଲାଇମଲାଇଟରେ ରହିଥାନ୍ତି । କୋଭିଡ ମହାମାରୀ ସମୟରେ ସେ ଗରିବ ଏବଂ ଶ୍ରମିକମାନଙ୍କୁ ସାହାଯ୍ୟ କରିଥିଲେ, ଯେଉଁଥିପାଇ ସେ ଅନେକ ଲୋକଙ୍କର ଭଲ ପାଇବା ସାଉଁଟିଥିଲେ । ପୁଣିଥରେ ଏହି ଅଭିନେତା ନିଜର ଭଲ ଗୁଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଡେଲିଭରି ବଏମାନଙ୍କ ସପୋର୍ଟରେ ସୋନୁ ସୁଦ ଏମିତି କିଛି କହିଛନ୍ତି ଯାହା ପରେ ସେ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଜଣେ ଡେଲିଭରି ବଏ ଜୋତା ଚୋରି କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଗୁରୁଗ୍ରାମରେ ଗ୍ରାହକଙ୍କ ଘରୁ ବ୍ରାଣ୍ଡେଡ୍ ଜୋତା ଚୋରି କରିଥିବା ଡେଲିଭରି ବଏକୁ ସପୋର୍ଟ କରିଛନ୍ତି ଆକ୍ଟର ସୋନୁ ସୁଦ ।

ସୂଚନା ଥାଉ କି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ସିସିଟିଭି ଫୁଟେଜ ଭାଇରାଲ ହୋଇଛି, ଯେଉଁଥିରେ ଡେଲିଭରି ବଏ ଫୁଡ୍‌ ଡେଲିଭରି କରିବା ଗ୍ରାହକଙ୍କ ଜୋତା ଚୋରି କରୁଥିବା ଦେଖିବାକୁ ମିଳିଥିଲା । ଯେଉଁ ବ୍ୟକ୍ତିଙ୍କ ଜୋତା ଚୋରି ହୋଇଥିଲା, ସେ ଫୁଡ୍‌ ଡେଲିଭରି କମ୍ପାନୀରେ ଡେଲିଭରି ବଏ ନାଁରେ ଅଭିଯୋଗ କରିଥିଲେ। ତଥାପି ସେ କୌଣସି ଉତ୍ତର ପାଇ ନଥିଲେ । ଡେଲିଭରି ବଏର ଏମିତି କାମ ୟୁଜର୍ସଙ୍କୁ ପସନ୍ଦ ଆସିନି ଏବଂ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁଜର୍ସ ଦାବି କରୁଛନ୍ତି । ଅନ୍ୟପଟେ ଆକ୍ଟର ସୋନୁ ସୁଦ ଡେଲିଭରି ବଏକୁ ସପୋର୍ଟ କରିବା ସହ ତାଙ୍କୁ ଜୋତା ଉପହାର ଦେବାକୁ କହିଥିଲେ। ଯାହାକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ।

ସୋନୁ ସୁଦ୍‌ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ‘ଯଦି ଜଣେ ଡେଲିଭରି ବଏ କୌଣସି ଘରେ ଖାଦ୍ୟ ଡେଲିଭରି କରିବା ସମୟରେ ଜୋତା ଚୋରି କରୁଛି, ତେବେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନାହିଁ । ହୁଏତ ଡେଲିଭରି ବଏକୁ ସେହି ଜୋତାର ଆବଶ୍ୟକ ଥିବ । ଆପଣ ଦୟାଳୁ ହୋଇ ସେମାନଙ୍କୁ ଜୋତା କିଣି ଦେବା ଉଚିତ୍ । ଏଭଳି କରି ଅଭିନେତା ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ସମସ୍ତଙ୍କ ଦୁଃଖ ଓ ଯନ୍ତ୍ରଣାକୁ ବୁଝନ୍ତି ।

ହିନ୍ଦୀ, ତେଲୁଗୁ, ତାମିଲ ଏବଂ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିବା ସୋନୁ କୋଭିଡ ମହାମାରୀ ସମୟରେ ନିଜର ଭଲ କାମ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ । ସେହି ସମୟ ପର ଠାରୁ ଅଭିନେତା ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.