ମାଛ ଆଣିବାକୁ ଯାଉଛି କହି ଘରୁ ବାହାରିଥିଲେ, କିଛି ସମୟ ପରେ ରେମାଳ ଡ୍ୟାମରୁ ମିଳିଲା ଯୁବକଙ୍କ ମୃତଦେହ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ରେମାଳ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଦଲକି ଗ୍ରାମର କୃପାସିନ୍ଧୁ ମହାନ୍ତ ବୋଲି ସୂଚନା ମିଳିଛି।

ମିଳିଥିବା ଖବର ଅନୁଯାୟୀ ଯୁବକ ଜଣକ ଘରେ ମାଛ ଆଣିବାକୁ ଯାଉଛି କହି ବାଇକ ଧରି ଚାଲିଆସିଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକ ବହୁ ଖୋଜାଖୋଜି କରିଥିଲେ, ହେଲେ ନପାଇବାରୁ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ ।

ପରେ ତେବେ କୃପାସିନ୍ଧୁଙ୍କ ଶବ ଦୈତାରି ଥାନା ଅନ୍ତର୍ଗତ ରେମାଳ ଡ୍ୟାମରେ ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ୍ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଶବକୁ ଉଦ୍ଧାର କରାଯାଇଛି। ତେବେ ଏହି ଘଟଣାର ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.