ଭଦ୍ରକ: ବୈତରଣୀ ନଦୀ ପାର ବେଳେ ବନ୍ଦ ହୋଇଗଲା ବୋଟ୍, ବଡ ବିପଦରୁ ଅଳ୍ପକେ ବର୍ତ୍ତିଲେ ବୋଲବମ୍ ଭକ୍ତ
ଭଦ୍ରକ(କେନ୍ୟୁଜ୍): ବିପଦରୁ ଅଳ୍ପକେ ବର୍ତ୍ତିଲେ ବୋଲବମ୍ ଭକ୍ତ । ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣୀଙ୍କୁ ଜଳଲାଗି କରିବା ପରେ ଡଙ୍ଗାରେ ବୈତରଣୀ ନଦୀ ପାର ହେଉଥିଲେ ୫୦ ଜଣ କାଉଡ଼ିଆ । ନଦୀ ପାର ବେଳେ ହଠାତ ବୋଟ ବନ୍ଦ ହୋଇଯାଇଥିଲା । ତେବେ ବୋଟଟି ନଦୀରେ କିଛି ବାଟ ଭାସି ଭାସି ଯିବାପରେ ଅନ୍ୟଏକ ବୋଟ ଯାଇ ଭକ୍ତଙ୍କୁ ଉଦ୍ଧାର କରିଥିଲା । ସେଠାରେ ଥିବା ଓଡ୍ରାଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଭକ୍ତଙ୍କୁ ଉଦ୍ଧାର କରିଥିଲେ । ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।