Below header

ଭଞ୍ଜନଗର : ଗାଁ ଭିତରେ ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର, କିଏ ଓ କାହିଁକି କଲା ଜଣାପଡୁନି

ଭଞ୍ଜନଗର : ଗାଁ ଭିତରେ ଅଜଣା ଦୁର୍ବୃତ୍ତଙ୍କ ବୋମାମାଡ଼ । ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନୂଆଗାଁ ସାହି ଭିତରେ ଗତ ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଗାଁର ରଘୁନାଥ ସାହି ତୁଳସୀ ମଣ୍ଡପ ନିକଟରେ ବୋମାମାଡ଼ ହୋଇଥିବା ବେଳେ ଏଥିରେ କୈାଣସି ବ୍ୟକ୍ତି ଆହତ ହୋଇନଥିବା ଜଣାପଡିଛି ।

ଖବର ପାଇ ଆସିକା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ତେବେ କିଏ ଓ କାହିଁକି ବୋମା ମାଡ଼ କରିଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ଗାଁରେ ଏକପ୍ରକାର ଭୟର ବାତାବରଣ ଦେଖା ଦେଇଛି । ଘଟଣା ସ୍ଥଳରୁ ବୋମାରେ ବ୍ୟବହୃତ ଟୁକୁଡ଼ା ଜବତ କରିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.