ଯାଜପୁର ଟାଉନ୍‌ : ଜଳିଗଲା ଘର, ଫାଟିଲା ଗ୍ୟାସ୍‌ ଟାଙ୍କି

ଯାଜପୁର ଟାଉନ୍‌ : ଯାଜପୁର ପୌର ପରିଷଦ ଅନ୍ତର୍ଗତ ସାନବଜାର ଅଞ୍ଚଳର ବାବନ ଚନ୍ଦ୍ର ପରିଡାଙ୍କ ଘରେ ଆଜି ଅଗ୍ନିକାଣ୍ଡ ଘଟିଛି । ମଧ୍ୟାହ୍ନ ସମୟରେ ଘରେ ସର୍ଟ ସର୍କିଟ ଯୋଗୁ ତିନି ବଖରା ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ ବେଳେ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଫଳରେ କିଛି ସମୟ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ବ୍ୟାପି ଯାଇଥିଲା । ସେଠାରେ ଥିବା ଅନ୍ୟ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯିବା ଫଳରେ ଭୟଙ୍କର ସ୍ଥିତି ଉପୁଜିଥିଲା ।

FIRE-2

ଏହି ଅଗ୍ନି କାଣ୍ଡରେ ତିନି ବଖରା ଘର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ୪ଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.